ରାଞ୍ଚି: ଚାଲିବାକୁ ଦେହରେ ଶକ୍ତି ନାହିଁ । ତଥାପି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ 110 ବର୍ଷିୟା ବୃଦ୍ଧା । ନିଜର ମତାଧିକାର ସାବ୍ୟସ୍ତ କରିବାରୁ ହ୍ବିଲ ଚେୟାର ସାହାଯ୍ୟରେ ମତଦାନ କେନ୍ଦ୍ରକୁ ଆସିଥିଲେ ସେ । ହେଲେ ଘରେ ଭୁଲିଯାଇଥିଲେ ନିଜର ପରିଚୟ ପତ୍ର । ଫଳରେ ତାଙ୍କୁ ଭୋଟ ଦେବାପାଇଁ ଅନୁମତି ଦିଆଯାଇନଥିଲା । ତଥାପି ହାର ମାନି ନଥିଲେ ବୃଦ୍ଧା । ଭୋଟ ଦେବା ପାଇଁ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମତଦାନ କେନ୍ଦ୍ର ଆଗରେ ।
1 ଘଣ୍ଟାର ସଂଘର୍ଷ ପରେ ମତଦାନ କଲେ 110 ବର୍ଷିୟା ବୃଦ୍ଧା - ମତଦାନ ସାବ୍ୟସ୍ତ କଲେ 110 ବର୍ଷିୟା ବୃଦ୍ଧା
ଦୀର୍ଘ 1 ଘଣ୍ଟା ଅପେକ୍ଷା କରିବା ପରେ ଭୋଟ ଦେଲେ 110 ବର୍ଷିୟା ବୃଦ୍ଧା । ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା...
ଘଟଣାଟି ଝାଡଖଣ୍ଡ ହଜାରିବାଗ ମତଦାନ କେନ୍ଦ୍ରର । ଝାଡଖଣ୍ଡ ବିଧାନସଭା ଲାଗି ଗୁରିବାର ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ବୃଦ୍ଧା ଜଣକ ମତାଧିକାର ସାବ୍ୟସ୍ତ କରିବା ପାଇଁ ନିଜ ପରିବାର ସହ ମତଦାନ କେନ୍ଦ୍ର ଆସିଥିଲେ । କିନ୍ତୁ ପରିଚୟ ପତ୍ର ନଥିବାରୁ ତାଙ୍କୁ ଭୋଟ ଦେବାରୁ ରୋକା ଯାଇଥିଲା । ତେବେ ତାଙ୍କ ପାଖରେ ଭୋଟର ଲିଷ୍ଟର ତାଲିକା ରହିଥିଲା, ଯେଉଁଥିରେ ତାଙ୍କ ନାମ ସହ କ୍ୟୁଆର କୋଡ ମଧ୍ୟ ଥିଲା । ହେଲେ ବିନା ପରିଚୟ ପତ୍ରରେ ଭୋଟ ଦେବାର ଅନୁମତି ଦେଇନଥିଲେ ଅଧିକାରୀ । ଦୀର୍ଘ 1 ଘଣ୍ଟା ଅପେକ୍ଷା କରିବା ପରେ ଶେଷରେ ତାଙ୍କ ପରିବାରର ଜଣେ ସଦସ୍ୟ ଘରକୁ ଯାଇ ପରିଚୟ ପତ୍ର ଆଣିଥିଲେ ଏବଂ ବୃଦ୍ଧା ଜଣକ ଭୋଟ ଦେଇଥିଲେ ।