ଓଡିଶା

odisha

ETV Bharat / bharat

ୟୁପିଏ ଶାସନ କାଳରେ ହୋଇଛି ୧୧ ଥର ସର୍ଜିକାଲ ଷ୍ଟ୍ରାଇକ: କେସିଆର

ମନମୋହନ ସିଂଙ୍କ ସରକାରରେ ୧୧ଥର ସର୍ଜିକାଲ ଷ୍ଟ୍ରାଇକ ହୋଇଛି । ମାତ୍ର ତତ୍କାଳୀନ ସରକାର ଏହାର ନିର୍ବାଚନୀ ଫାଇଦା ପାଇଁ ପ୍ରଚାର କରି ନଥିଲେ ବୋଲି ଦାବି କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ।

By

Published : Mar 30, 2019, 6:55 PM IST

Updated : Mar 30, 2019, 7:51 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ସର୍ଜିକାଲ ଷ୍ଟ୍ରାଇକ ନେଇ ବିବାଦ ଥମିବାର ନା ନେଉନାହିଁ । ଏହା ଉପରେ ପ୍ରାୟଦିନ ଆସୁଛି ବିଭିନ୍ନ ରାଜନୈତିକ ମନ୍ତବ୍ୟ । ସର୍ଜିକାଲ ଷ୍ଟ୍ରାଇକକୁ ନେଇ ବିଜେପି ନିର୍ବାଚନରେ ଫାଇଦା ଉଠାଇବାକୁ ପ୍ରୟାସ କରୁଛି ବୋଲି ଅଭିଯୋଗ କରୁଛନ୍ତି ବିରୋଧୀ । ଏହାସହ ମୋଦି ସରକାରଙ୍କୁ ଟାର୍ଗେଟ ମଧ୍ୟ କରୁଛନ୍ତି ବିରୋଧୀ । ମନମୋହନ ସିଂଙ୍କ ସରକାରରେ ୧୧ଥର ସର୍ଜିକାଲ ଷ୍ଟ୍ରାଇକ ହୋଇଛି । ମାତ୍ର ତତ୍କାଳୀନ ସରକାର ଏହାର ନିର୍ବାଚନୀ ଫାଇଦା ପାଇଁ ପ୍ରଚାର କରି ନଥିଲେ ବୋଲି ଦାବି କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ।

ସେ ଶୁକ୍ରବାର ଦାବି କରି କହିଛନ୍ତି ଯେ, ଯେତେବେଳେ ସେ କଂଗ୍ରେସ ନେତୃତ୍ବାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ସରକାରରେ ମନ୍ତ୍ରୀ ଥିଲେ, ସେହି ସମୟରେ ଭାରତ ତରଫରୁ ୧୧ ଥର ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିଲା । କେସିଆର ବର୍ଷ ୨୦୦୪ରୁ ୨୦୦୬ ଯାଏଁ ମନମୋହନ ସରକାରଙ୍କ ସମୟରେ ଶ୍ରମ ଓ ରୋଜଗାର ମନ୍ତ୍ରୀ ଥିଲେ ।

ସିରୟାଲଗୁଣ୍ଡାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ସେ ଏହି ଖୁଲାସା କରିଥିବା ବେଳେ ମୋଦି ସରକାର ସର୍ଜିକାଲ ଷ୍ଟ୍ରାଇକକୁ ନେଇ ନିର୍ବାଚନୀ ଫାଇଦା ଉଠାଇବାକୁ ପ୍ରୟାସ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି କେସିଆର । ଯାହାକୁ ନେଇ ସେ କଡା ସମାଲୋଚନା ମଧ୍ୟ କରିଛନ୍ତି ।

Last Updated : Mar 30, 2019, 7:51 PM IST

For All Latest Updates

ABOUT THE AUTHOR

...view details