ମୁମ୍ବାଇ: ମହାରାଷ୍ଟ୍ରରେ ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ପ୍ରତିଦିନ ଏଠାରେ 1000 ଉପରେ କେସ ବାହାରୁଛି । ଶୁକ୍ରବାର 1089 ପଜିଟିଭ ସ୍ପଷ୍ଟ ହୋଇଛି ।
ଫଳରେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା 19 ହଜାର ପାର କରିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 19 ହଜାର 63 ଛୁଇଁଛି । ସେହିପରି ଶୁକ୍ରବାର 37 ଲୋକଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା 731ରେ ପହଞ୍ଚିଛି ।