ଓଡିଶା

odisha

By

Published : May 15, 2020, 12:36 PM IST

ETV Bharat / bharat

ମହାରାଷ୍ଟ୍ରରେ 1061 ପୋଲିସ ଅଧିକାରୀ କୋରୋନା ଆକ୍ରାନ୍ତ

112 ପୋଲିସ ଅଫିସରଙ୍କୁ ମିଶାଇ ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା 1061ଜଣ ପୋଲିସ ଅଧିକାରୀ କୋରୋନା ଆକ୍ରାନ୍ତ ହୋଇଥିବା ଶୁକ୍ରବାର ମହାରାଷ୍ଟ୍ର ପୋଲିସ ସୂଚନା ଦେଇଛନ୍ତି ।

_corona
ଏବେସୁଦ୍ଧା 1061 ପୋଲିସ ଅଧିକାରୀ କୋରୋନା ଆକ୍ରାନ୍ତ

ମୁମ୍ବାଇ: ସମଗ୍ର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 81 ହଜାର ପାର କରିଥିବା ବେଳେ ବର୍ତ୍ତମାନ ଏହି ଭାଇରସ କୋରୋନା ଯୋଦ୍ଧାଙ୍କୁ ନିଜ କବଳରେ କରିଛି । ଏହି କ୍ରମରେ 112 ପୋଲିସ ଅଫିସରଙ୍କୁ ମିଶାଇ ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା 1061ଜଣ ପୋଲିସ ଅଧିକାରୀ କୋରୋନା ଆକ୍ରାନ୍ତ ହୋଇଥିବା ଶୁକ୍ରବାର ମହାରାଷ୍ଟ୍ର ପୋଲିସ ସୂଚନା ଦେଇଛନ୍ତି ।

ଏଥିସହ ମୋଟ ପୋଲିସ ଅଧିକାରୀ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 174 ଜଣ ସୁସ୍ଥ ହୋଇଥିବା ବେଳେ 9 ଜଣ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି ।

ପ୍ରକାଶ ଥାଉକି, ମହାରାଷ୍ଟ୍ର ସମଗ୍ର ଦେଶରେ ସର୍ବାଧିକ କୋରୋନା ଆକ୍ରାନ୍ତ ହୋଇଥିବା ରାଜ୍ୟ । ଏହି କ୍ରମରେ ବର୍ତ୍ତମାନ ରାଜ୍ୟରେ 25922 ଆକ୍ରାନ୍ତ ଥିବାବେଳେ 5547 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 975 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details