ଓଡିଶା

odisha

ETV Bharat / bharat

ଇସ୍ତଫା ଦେଲେ 100 ନର୍ସିଂ କର୍ମଚାରୀ, ପିପିଇ କିଟ୍ ଓ ବେତନ ମିଳୁନଥିବା ଅଭିଯୋଗ - ଇସ୍ତଫା ଦେଲେ 100ଜଣ ନର୍ସିଂ କର୍ମଚାରୀ

କୋରୋନା ସଙ୍କଟ ମଧ୍ୟରେ ରାଜସ୍ଥାନର ଝାଲାୱାଡର ଖବର ନିରାଶଜନକ । ଏଠାରେ କମ୍ ବେତନ, ପିପିଇ କିଟ୍ ଏବଂ ମାସ୍କ ନଥିବା ଅଭିଯୋଗ କରି 100ଜଣ ନର୍ସିଂ କର୍ମଚାରୀ ଇସ୍ତଫା ଦେଇଛନ୍ତି।

100 nurshing staff resigns
ଇସ୍ତଫା ଦେଲେ 100ଜଣ ନର୍ସିଂ କର୍ମଚାରୀ

By

Published : Apr 27, 2020, 2:33 PM IST

ଜୟପୁର: କୋରୋନା ସଙ୍କଟ ମଧ୍ୟରେ ରାଜସ୍ଥାନର ଝାଲାୱାଡର ଖବର ନିରାଶଜନକ । ଏଠାରେ କମ୍ ବେତନ, ପିପିଇ କିଟ୍ ଏବଂ ମାସ୍କ ନଥିବା ଅଭିଯୋଗ କରି 100ଜଣ ନର୍ସିଂ କର୍ମଚାରୀ ଇସ୍ତଫା ଦେଇଛନ୍ତି। ସେମାନେ 6 ହଜାର ଟଙ୍କା ବେତନ ନେଇ କାମ କରିପାରିବେ ନାହିଁ ବୋଲି କହିଛନ୍ତି। ଏଥିସହ କୋରୋନାକୁ ଏଡାଇବା ପାଇଁ ପ୍ରଶାସନ ସେମାନଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଉ ନାହିଁ।

ଜିଲ୍ଲାର 100ରୁ ଅଧିକ ନର୍ସିଂ କର୍ମଚାରୀ ଆଜି(ସୋମବାର) ଇସ୍ତଫା ପତ୍ର ଝାଲୱାଡ ମେଡିକାଲ କଲେଜର ଡିନ୍ ନିକଟରେ ଦାଖଲ କରିଛନ୍ତି। ନର୍ସିଂ କର୍ମଚାରୀମାନେ ଅଭିଯୋଗ ଅନୁସାରେ, ଡାକ୍ତରଖାନାର କର୍ମଚାରୀମାନେ କୋରୋନା ପଜିଟିଭ୍ ଥିବା ଜଣାପଡିବା ସତ୍ତ୍ବେ ନର୍ସିଂ କର୍ମଚାରୀଙ୍କ କୋରୋନା ପରୀକ୍ଷା କରାଯାଇ ନାହିଁ କିମ୍ବା କୋଭିଡ-19 ୱାର୍ଡରେ ଡ୍ୟୁଟି କରୁଥିବା ସତ୍ତ୍ବେ କୌଣସି ସୁରକ୍ଷା ଉପକରଣ ଦିଆଯାଉ ନାହିଁ।

ସେମାନଙ୍କୁ ମାସ୍କ କିମ୍ବା ସାନିଟାଇଜର ଦିଆଯାଇ ନାହିଁ ବୋଲି ନର୍ସିଂ କର୍ମଚାରୀ କହିଛନ୍ତି। କୋରୋନା ସନ୍ଦିଗ୍ଧ କର୍ମଚାରୀଙ୍କୁ ଆଇସୋଲେସନ୍ ୱାର୍ଡରେ ଖରାପ ଖାଦ୍ୟ ଦିଆଯାଉଛି । ଦରକାର ପଡିଲେ ଦେଶ ସେବା କରିବୁ, ହସ୍ପିଟାଲ ଆସି ନିଜ ଜୀବନ ଦେବୁ ମାତ୍ର 6 ହଜାରର ଚାକିରୀ କରିବୁନି ବୋଲି ନର୍ସିଂ କର୍ମଚାରୀ କହିଛନ୍ତି ।

3 ଦିନ ମଧ୍ୟରେ 19 ଜଣ ମେଡିକାଲ କର୍ମଚାରୀ କୋରୋନା ପଜିଟିଭ୍ ପାଇବା ପରେ ଝାଲୱାଡରେ ଉତ୍ତେଜନା ଦେଖାଦେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜସ୍ଥାନରେ 2185 ଟି କୋରୋନା ମାମଲା ସାମ୍ନାକୁ ଆସିଛି ।

ABOUT THE AUTHOR

...view details