ଓଡିଶା

odisha

ETV Bharat / bharat

ତାମିଲନାଡୁ ସମୁଦ୍ରରୁ ମିଳିଲା 100 କୋଟି ଟଙ୍କାର ଡ୍ରଗ୍ସ

ମାଛ ଧରିବା ସମୟରେ ତାମିଲନାଡୁର ମମଲ୍ଲାପୁରମରେ ସମୁଦ୍ରରୁ ମିଳିଲା 78 କିଗ୍ରା ଓଜନର ମାଦକ ଦ୍ରବ୍ୟ କ୍ରିଷ୍ଟଲ ମେଥ । ଯାଞ୍ଚ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ...

By

Published : Jun 21, 2020, 6:06 PM IST

ତାମିଲନାଡୁର ସମୁଦ୍ରରୁ ମିଳିଲା ପ୍ରାୟ 100 କୋଟି ଟଙ୍କାର ଡ୍ରଗ୍ସ
ତାମିଲନାଡୁର ସମୁଦ୍ରରୁ ମିଳିଲା ପ୍ରାୟ 100 କୋଟି ଟଙ୍କାର ଡ୍ରଗ୍ସ

ଚେନ୍ନାଇ: ତାମିଲନାଡୁର ମମଲ୍ଲାପୁରମରେ ସମୁଦ୍ରରେ ମାଛ ଧରିବାବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ ବ୍ୟାରେଲ ଫସି ଯାଇଥିଲା । ବ୍ୟାରେଲରେ ବିଶୋଧିତ ଚା ନୁହଁ ଏକ ପୁଡିଆ ଥିଲା । ଯେତେବେଳେ ମତ୍ସ୍ୟଜୀବୀମାନେ ଉକ୍ତ ପୁଡିଆକୁ ଖୋଲିଥିଲେ, ସେମାନେ ଦେଖିବାକୁ ପାଇଥିଲେ ଯେ, ସେଗୁଡିକ ଚା' ନଥିଲା ବରଂ କିଛି ଧଳାପୁଡିଆ ଥିଲା । ଏହାପରେ ସେମାନେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ।

ତାମିଲନାଡୁର ସମୁଦ୍ରରୁ ମିଳିଲା ପ୍ରାୟ 100 କୋଟି ଟଙ୍କାର ଡ୍ରଗ୍ସ

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପରେ ଜଣାପଡିଥିଲାଯେ, ବ୍ୟାରେଲରେ ଥିବା ପଦାର୍ଥ ଚା' ନୁହଁ ବରଂ ମାଦକ ଦ୍ରବ୍ୟ କ୍ରିଷ୍ଟଲ ମେଥମଫେଟାମାଇନ । ଯାହା ଏକ ପ୍ରକାର ଡ୍ରଗ୍ସ । ପୋଲିସ ଏହାକୁ ଜବତ କରି ଯାଞ୍ଚ ପ୍ରକ୍ରିୟା ଆମ୍ଭ କରିଛି । ଏହା ଚୋରା କାରବାରର ଏକ ଅଂଶ ବୋଲି ପୋଲିସ ସନ୍ଦେହ କରିଛି ।

ସୂଚନାନୁସାରେ, ଉଦ୍ଧାର ହୋଇଥିବା କ୍ରିଷ୍ଟଲ ମେଥର ଓଜନ 78 କିଗ୍ରା ବୋଲି କୁହାଯାଉଛି । ବଜାରରେ ଏହାର ଆନୁମାନିକ ମୂଲ୍ୟ 100 କୋଟି ହେବ । ଦକ୍ଷିଣ-ପୂର୍ବ ଏସୀୟ ଦେଶରେ କାର୍ଯ୍ୟ କରୁଥିବା ଡ୍ରଗ ଚୋରା ଚାଲାଣକାରୀଙ୍କ ଦ୍ବାରା ସମୁଦ୍ର କୂଳରେ ଲୋଡ କରାଯାଉଥିବାବେଳେ ଏହା ଖିସପଡିଥିବା ସନ୍ଦେହ କରୁଛି ପୋଲିସ।

ABOUT THE AUTHOR

...view details