ନୂଆଦିଲ୍ଲୀ: କେନ୍ଦ୍ରରେ ସରକାର ଗଠନ ହେବାର କିଛି ଦିନ ମଧ୍ୟରେ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କରିଛନ୍ତି ବଡ଼ ଘୋଷଣା । ଶହେ ଦିନ ମଧ୍ୟରେ ଦେଶରେ 5ଜି ଇଣ୍ଟରନେଟ ପ୍ରଚଳିତ କରିବା ସହ ଇଣ୍ଟରନେଟ୍ ସମ୍ବନ୍ଧୀୟ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା ସୋମବାର କରିଛନ୍ତି ବିଭାଗୀୟ ମନ୍ତ୍ରୀ ।
100 ଦିନରେ 5ଜି ଇଣ୍ଟରନେଟ୍ ଆଣିବେ ମୋଦି ସରକାର
100 ଦିନ ମଧ୍ୟର 5ଜି ଇଣ୍ଟରନେଟ ପରିକ୍ଷଣ କରିବ ମୋଦି ସରକାର । ଏହା ସହିତ ପାଞ୍ଚ ଲକ୍ଷ ୱାଇଫାଇ ହଟସ୍ପୋର୍ଟ ଯେପରି ସ୍ପିଡ୍ ଗତିରେ କାମ କରିବା ନେଇ ଘୋଷଣା କରିଛନ୍ତି ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ।
ଫାଇଲ ଫଟୋ
ରବିଶଙ୍କର କହିଛନ୍ତି ‘ଆମ ସରକାର ଚଳିତ ବର୍ଷରେ ସେକ୍ଟ୍ରମର ନିଲାମ କରିବ । 100 ଦିନ ମଧ୍ୟର 5ଜି ଇଣ୍ଟରନେଟ ପରୀକ୍ଷଣ ସହିତ ପାଞ୍ଚ ଲକ୍ଷ ୱାଇଫାଇ ହଟସ୍ପୋର୍ଟ ଯେପରି ସ୍ପିଡ୍ ଗତିରେ କାମ କରିବାକୁ ଲକ୍ଷ୍ୟ ରଖିଛି ।
ଦୂର ସଂଚାର କ୍ଷେତ୍ରରେ ବ୍ୟାପକ ଉନ୍ନତି ପାଇଁ ସରକାର ପ୍ରାଥମିକ ପ୍ରସଙ୍ଗ ରଖିଛନ୍ତି । ଏଥି ସହିତ ଭାରତ ସଂଚାର ନିଗମ ଲିମିଟେଡ଼ ( ବିଏସଏନଲ) ଯେପରି ଜଟିଳ ସ୍ଥିତିରେ ଗତି କରୁଛି ତାହାକୁ ଦୂର କରିବା ପାଇଁ ସରକାର ପ୍ରୟାସ କରୁଥିବା କହିଛନ୍ତି ମନ୍ତ୍ରୀ ।