ନୂଆଦିଲ୍ଲୀ: ସାଧାରଣ ଆର୍ଥିକ ପଛୁଆ ବର୍ଗଙ୍କ ନିଯୁକ୍ତି ଏବଂ ଶିକ୍ଷାରେ 10 ପ୍ରିତଶତ ସଂରକ୍ଷଣ ଦେବା ପାଇଁ ସୁପ୍ରିମକୋର୍ଟଙ୍କୁ ହଲଫନାମା ଦେଇଛି କେନ୍ଦ୍ର । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ 5ଜଣିଆ ଖଣ୍ଡପୀଠ ଦାଏର ଯାଚିକାର ଶୁଣାଣି କରିଛନ୍ତି । ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 28 ରେ ହେବ ।
10 ପ୍ରତିଶତ ସଂରକ୍ଷଣରେ କ୍ଷୁର୍ଣ୍ଣ ହେବନି ସମ୍ୱିଧାନର ମର୍ଯ୍ୟାଦା - affidavit
ସାଧାରଣ ଆର୍ଥିକ ପଛୁଆ ବର୍ଗଙ୍କ ନିଯୁକ୍ତି ଏବଂ ଶିକ୍ଷାରେ 10 ପ୍ରତିଶତ ସଂରକ୍ଷଣ ଦେବା ପାଇଁ ସୁପ୍ରିମକୋର୍ଟଙ୍କୁ ହଲଫନାମା ଦେଇଛି କେନ୍ଦ୍ର । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ 5ଜଣିଆ ଖଣ୍ଡପୀଠ ଦାଏର ଯାଚିକାର ଶୁଣାଣି କରିଛନ୍ତି ।
ସଂରକ୍ଷଣକୁ ନେଇ ହୋଇଥିବା ମାମଲାର ଶୁଣାଣି ସାମ୍ବିଧାନିକ ପୀଠରେ କରାଯିବା ନେଇ ଯୁକ୍ତି କରିଛନ୍ତି ବରିଷ୍ଠ ଆଇନଜୀବୀ । ସେପଟେ ଏହି ହଲଫନାମା ଜରିଆରେ କେନ୍ଦ୍ର ସରକାର କହିଛନ୍ତି ଯେ ଏପର୍ଯ୍ୟନ୍ତ ସାଧାରଣ ବର୍ଗର ଆର୍ଥିକ ପଛୁଆ ଲୋକ ସଂରକ୍ଷଣରୁ ବଞ୍ଚିତ ଅଛନ୍ତି ।
କେନ୍ଦ୍ର ସରକାରଙ୍କ ଏହି ସଂରକ୍ଷଣ ବ୍ୟବସ୍ଥା ଯୋଗୁଁ 50 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପ୍ରଭାବିତ ହେବା ନେଇ କହିଥିଲେ ସୁପ୍ରିମକୋର୍ଟ । ସୂଚନାଯୋଗ୍ୟ, ନିଯୁକ୍ତି ଏବଂ ଶିକ୍ଷାନୁଷ୍ଠାନରେ ଆର୍ଥିକ ଭାବେ ଦୁର୍ବଳ ସାଧାରଣ ବର୍ଗଙ୍କୁ 10 ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଥିଲେ ସରକାର । ପରେ ଏହି ବ୍ୟବସ୍ଥା ଲାଗୁ ହୋଇଥିଲା । ଏହାକୁ ବିଜେପି, କଂଗ୍ରେସ ସମେତ ପ୍ରାୟ ସମସ୍ତ ରାଜନୈକତିକ ଦଳ ସମର୍ଥନ କରିଥିଲେ । କିନ୍ତୁ ଆରଜେଡି, ଏଆଇଏଡିଏମକେ ଏବଂ ଏଆଇଏମଆଇଏମ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ ।