ଓଡିଶା

odisha

ETV Bharat / bharat

ଗୋଆରେ 10 ମାସ କାର୍ଯ୍ୟର ଅନୁଭୂତି ଅତ୍ୟନ୍ତ ସୁଖଦ: ସତ୍ୟପାଲ ମଲ୍ଲିକ - ମେଘାଳୟର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ସତ୍ୟପାଲ

ମେଘାଳୟର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ସତ୍ୟପାଲ ମଲ୍ଲିକ। ରାଷ୍ଟ୍ରପତି କୋବିନ୍ଦ ତାଙ୍କୁ ନିଯୁକ୍ତି ଦେଇଥିବା ବେଳେ ଗୋଆର ପୂର୍ବତନ ରାଜ୍ୟପାଳ ନିଜର 10 ମାସ କାର୍ଯ୍ୟର ଅନୁଭୂତି ବଖାଣିଛନ୍ତି।

ଗୋଆରେ 10 ମାସ କାର୍ଯ୍ୟକାଳର ଅନୁଭୂତି ବଖାଣିଲେ ସତ୍ୟପାଲ ମଲ୍ଲିକ
ଗୋଆରେ 10 ମାସ କାର୍ଯ୍ୟକାଳର ଅନୁଭୂତି ବଖାଣିଲେ ସତ୍ୟପାଲ ମଲ୍ଲିକ

By

Published : Aug 19, 2020, 7:47 AM IST

ପାଣାଜୀ: ମେଘାଳୟର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ସତ୍ୟପାଲ ମଲ୍ଲିକ। ରାଷ୍ଟ୍ରପତି କୋବିନ୍ଦ ତାଙ୍କୁ ନିଯୁକ୍ତି ଦେଇଥିବା ବେଳେ ଗୋଆର ପୂର୍ବତନ ରାଜ୍ୟପାଳ ନିଜର 10 ମାସ କାର୍ଯ୍ୟର ଅନୁଭୂତି ବଖାଣିଛନ୍ତି। ‘ଗୋଆରେ 10 ମାସର କାର୍ଯ୍ୟକାଳ ଅତ୍ୟନ୍ତ ସୁଖଦ। ମୁଁ ଖୁସି ଯେ ଗୋଆ ପରି ଏକ ସୁନ୍ଦର ରାଜ୍ୟରେ ସେବା କରିବାର ସୁଯୋଗ ପାଇଥିଲି। ଗୋଆରେ ମୋର କାର୍ଯ୍ୟକାଳ ପ୍ରାୟ 10 ମାସ ଥିଲା, ଏହା ଅଭିଜ୍ଞତା ନୁହେଁ ବରଂ ଆନନ୍ଦଦାୟକ ଥିଲା।’

"ଗୋଆ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅନୁଭବ କରିଛି। ଗୋଆର ଲୋକମାନେ ବହୁତ ଭଲ ଏବଂ ଉଦାର ଅଟନ୍ତି। ମୋର ଏଠାକାର ଲୋକଙ୍କ ଠାରୁ ମୋର ବହୁତ ଭଲ ପାଇବା ପାଇଛି। ଗୋଆର ନିଜର ଅନନ୍ୟ ପରିଚୟ ଅଛି। ଲୋକମାନଙ୍କର ନିଜସ୍ୱ ଜୀବନ ଶୈଳୀ ଅଛି।''

ମୁଁ ଆଗକୁ ମଧ୍ୟ ଗୋଆ ପରିଦର୍ଶନ କରିବାକୁ ପସନ୍ଦ କରିବି ଏବଂ ଗୋଆ ରାଜ୍ୟ ସର୍ବଦା ମୋ ହୃଦୟର ଅତି ନିକଟତର ହେବ। ଆସନ୍ତାକାଲି ଯିବାବେଳେ ମୁଁ ଗୋଆର ଲୋକଙ୍କୁ ମୋର ଶୁଭେଚ୍ଛା ଜଣାଇବାକୁ ଚାହୁଁଛି। ଏବଂ ପ୍ରାର୍ଥନା କରନ୍ତୁ ଯେ ରାଜ୍ୟ ଏହାର ଏକତା ଏବଂ ସୌହାର୍ଦ୍ଦ୍ୟ ସହିତ ଦୃଢତା ବଜାୟ ରଖୁ଼ ବୋଲି ସତ୍ୟପାଲ କହିଛନ୍ତି।"

ମଲ୍ଲିକ ଅଗଷ୍ଟ 2018 ରୁ ଅକ୍ଟୋବର 2019 ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରର ରାଜ୍ୟପାଳ ଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜାମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପାଇବା ସହ ଧାରା 370 ରଦ୍ଦ କରିବାର ନିଷ୍ପତ୍ତି ଅଗଷ୍ଟ 2019 ରେ ନିଆଯାଇଥିଲା।

ମଲ୍ଲିକ ମେଘାଳୟରେ ତଥାଗତ ରୟଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶାରି ନିଜ କର୍ତ୍ତବ୍ୟ ବ୍ୟତୀତ ଗୋଆର ରାଜ୍ୟପାଳଙ୍କ କାର୍ଯ୍ୟ ତୁଲାଇବେ।

ABOUT THE AUTHOR

...view details