ଓଡିଶା

odisha

ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ ଆନ୍ନା ନଗରରେ ଭୁଷୁଡିଲା 10 ଘର

By

Published : Jul 20, 2020, 10:15 AM IST

ଜାତୀୟ ରାଜଧାନୀରେ ରବିବାର ପ୍ରବଳ ବର୍ଷା। ଏଥିରେ ଆନ୍ନା ନଗରର ଏକ ବସ୍ତି ଅଞ୍ଚଳର 10ରୁ ଉର୍ଦ୍ଧ୍ବ ଘର ଭୁଷୁଡି ପଡିବାରୁ ଅନେକ ଲୋକଙ୍କୁ ବିସ୍ତାପିତ କରାଯାଇଛି। ଅଧିକ ଖବର ପଢନ୍ତୁ...

ପ୍ରବଳ ବର୍ଷାରେ ଦିଲ୍ଲୀ ଆନ୍ନା ନଗରରେ ଭୁଷୁଡିଲା 10 ଘର, ତମ୍ବୁ ତଳେ ଲୋକେ
ପ୍ରବଳ ବର୍ଷାରେ ଦିଲ୍ଲୀ ଆନ୍ନା ନଗରରେ ଭୁଷୁଡିଲା 10 ଘର, ତମ୍ବୁ ତଳେ ଲୋକେ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ରବିବାର ପ୍ରବଳ ବର୍ଷା। ଏହି ବର୍ଷାରେ ସମ୍ପୂର୍ଣ୍ଣ ଦିଲ୍ଲୀ ଜଳମଗ୍ନ ହୋଇଯାଇଛି। କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ 2 ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିବା ସୂଚନା।

ତେବେ 10 ରୁ ଅଧିକ ଘର ଭୁଶୁଡି ପଡିବାରୁ ଆନ୍ନା ନଗରର ଏକ ବସ୍ତି ଅଞ୍ଚଳର ଅନେକ ବାସିନ୍ଦା ବିସ୍ଥାପିତ ହୋଇଥିଲେ। କଲୋନୀଟି ITO ରେ ନିର୍ମାଣଧୀନ WHO ମୁଖ୍ୟାଳୟ ପଛରେ ଏକ ଡ୍ରେନ ପାଖରେ ଅବସ୍ଥିତ।

ଦିଲ୍ଲୀ ପୋଲିସ, ଦିଲ୍ଲୀ ଅଗ୍ନିଶମ ସେବା ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦିଲ୍ଲୀ ଅଗ୍ନିଶମ ସେବା ଅନୁଯାୟୀ ସକାଳ 8 ଟା ସମୟରେ ଘର ଭୁଶୁଡ଼ିବା ବିଷୟରେ ଖବର ପାଇ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରି ଏକ ତମ୍ବୁ ତଳେ ଲୋକଙ୍କୁ ଆଶ୍ରୟ ଦେଇଛନ୍ତି।

ରବିବାର ସକାଳେ ଡ୍ରେନ୍ ଜଳ ପ୍ରବାହିତ ହେବା ସହ ସେହି ଅଞ୍ଚଳର ଘର, ଗଛ ଏବଂ ଦୋକାନଗୁଡ଼ିକୁ ପୋତି ଦେଇଥିଲା। ଏହି ଅଞ୍ଚଳରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ଖବର ଆସି ନାହିଁ।

ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ରବିବାର ସନ୍ଧ୍ୟାରେ କହିଛନ୍ତି ଯେ ଦିଲ୍ଲୀ ସରକାର ସହରର କିଛି ଅଂଶରେ ଜଳସ୍ତର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ।

ABOUT THE AUTHOR

...view details