ଡେରାଡୁନ: ଉତ୍ତରାଖଣ୍ଡର ଚାରିଧାମ ମଧ୍ୟରେ ଯମୁନୋତ୍ରୀ ଧାମ ଅନ୍ୟତମ । ଏବେ ବରଫ ଚାଦରରେ ଘୋଡେଇ ହୋଇଛି ଯମୁନେତ୍ରୀ ଧାମ । ଯମୁନୋତ୍ରୀ ଧାମର ଯେଉଁଠି ଦେଖ ସେଇଠି ବରଫ । ଯମୁନୋତ୍ରୀ ଧାମର ପାଦଚଲା ମାର୍ଗ ବରଫରେ ଆବୃତ୍ତ ।
ଯମୁନୋତ୍ରୀ ଧାମର 5କିଲୋମିଟର ପାଦ ଚଲା ମାର୍ଗରେ 9ରୁ10ଫିଟ ଯାଏଁ ବରଫ ଜମା ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ରମାଗତ ଭାବେ ବରଫ ହଟା ଯାଇ ରାସ୍ତା ସଫା କରିବାର ଚେଷ୍ଟା ଜାରି ରହିଛି ।