ଓଡିଶା

odisha

By

Published : Feb 26, 2020, 8:37 AM IST

ETV Bharat / bharat

ବାଲାକୋଟ ଏୟାର ଷ୍ଟ୍ରାଇକକୁ ବର୍ଷେ, କଶ୍ମୀର ଯିବେ ବାୟୁସେନା ମୁଖ୍ୟ

ବାଲାକୋଟ ଏୟାର ଷ୍ଟ୍ରାଇକକୁ ଆଜି ବର୍ଷେ ପୁରିଛି । ଏହି ଅବସରରେ କଶ୍ମୀର ଗସ୍ତରେ ଯିବେ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଆରକେଏସ ଭଦୌରିଆ । ଅଧିକ ଖବର ପଢନ୍ତୁ...

1 year of Balakot strike
ବାଲାକୋଟ ଏୟାର ଷ୍ଟ୍ରାଇକକୁ ବର୍ଷେ, କଶ୍ମୀର ଯିବେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ବାଲାକୋଟ ଏୟାର ଷ୍ଟ୍ରାଇକକୁ ଆଜି ବର୍ଷେ ପୁରିଛି । ଏହି ଅବସରରେ କଶ୍ମୀର ଗସ୍ତରେ ଯିବେ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଆରକେଏସ ଭଦୌରିଆ ।

ଶ୍ରୀନଗରର 51 ନମ୍ବର ବେସ୍‌ ସ୍କ୍ବାଡନରେ ସେ 2019 ଫେବୃଆରୀ 27 ତାରିଖରେ ଏୟାର ଷ୍ଟ୍ରାଇକରେ ସାମିଲ ଥିବା ଯବାନଙ୍କୁ ଭେଟିବେ । ସେହିପରି ବାଲାକୋଟ ଏୟାର ଷ୍ଟ୍ରାଇକର ବର୍ଷେ ପୂର୍ତ୍ତି ଉପଲକ୍ଷେ ଦିଲ୍ଲୀରେ ମଧ୍ୟ ଏକ ସେମିନାର ଆୟୋଜନ କରାଯିବ ବୋଲି ଜଣାପଡିଛି ।

ସେପଟେ ଏହି ଅବସରରେ ବାୟୁସେନା ମୁଖ୍ୟ ଶ୍ରୀନଗରରେ ମିଗ୍‌-21 ଉଡାଇବେ ବୋଲି ସୂଚନା ମିଳିଛି । ସୂଚନା ଥାଉକି, 2019 ଫେବୃଆରୀ 27 ତାରିଖରେ ବାଲାକୋଟରେ ଏୟାର ଷ୍ଟ୍ରାଇକ କରାଯାଇଥିଲା । ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇ ଭାରତ ଏହି ଷ୍ଟ୍ରାଇକ କରିଥିଲା । ଯେଉଁଥିରେ ଅନେକ ଆତଙ୍କବାଦୀ ନିହତ ହେବା ସହ ଆତଙ୍କବାଦୀ ଶିବିର ନଷ୍ଟ ହୋଇଥିଲା ।

ABOUT THE AUTHOR

...view details