ଓଡିଶା

odisha

By

Published : Apr 27, 2020, 10:09 PM IST

ETV Bharat / bharat

ସର୍ବସାଧାରଣ ସ୍ଥାନରେ ଛେପ ପକେଇଲେ ଗଣିବେ ହଜାରେ ଫାଇନ

ସର୍ବସାଧାରଣ ସ୍ଥାନମାନଙ୍କରେ ଛେପ ପକାଇବା ଏକ ଦଣ୍ଡନୀୟ ଅପରାଧ । ସର୍ବସାଧାରଣ ସ୍ଥାନରେ ଛେପ ପକାଉଥିବା ବ୍ୟକ୍ତିଙ୍କ ଉପରେ 1000 ଟଙ୍କା ଜୋରିମାନା ଦେବାକୁ ନିଷ୍ପତ୍ତି ନେଇଛନ୍ତି ମଧ୍ୟପ୍ରଦେଶ ସରକାର । ଅଧିକ ପଢନ୍ତୁ...

MP
ସର୍ବସାଧାରଣ ସ୍ଥାନରେ ଛେପ ପକେଇଲେ ଗଣିବେ ହଜାରେ ଫାଇନ

ଭୋପାଳ: କୋରୋନା ବିସ୍ତାରକୁ ଦୃଷ୍ଟିରେ ରଖି ଏଣିକି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଦେବାକୁ ପଡିବ ଫାଇନ । ସର୍ବସାଧାରଣ ସ୍ଥାନମାନଙ୍କରେ ଛେପ ପକାଇବା ଏକ ଦଣ୍ଡନୀୟ ଅପରାଧ । ସର୍ବସାଧାରଣ ସ୍ଥାନରେ ଛେପ ପକାଉଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟପ୍ରଦେଶ ସରକାର 1000 ଟଙ୍କା ଜୋରିମାନା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସତର୍କତାମୂଳକ ପଦକ୍ଷେପ ଭାବରେ ମାସ୍କ ପିନ୍ଧିବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। ସେହିପରି ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି ସରକାର ।

ସୋମବାର ରାଜ୍ୟ ସରକାରଙ୍କ ସହରାଞ୍ଚଳ ବିକାଶ ଏବଂ ଗୃହ ବିଭାଗର ମୁଖ୍ୟ ସଚିବ ସଞ୍ଜୟ ଦୁବେ ଏକ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ ରାଜ୍ୟର ସହରାଞ୍ଚଳର ଯେକୌଣସି ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ସମ୍ପୂର୍ଣ୍ଣ ନିଷେଧ । ଛେପ ପକାଉଥିବା ସମୟରେ ଧରାପଡିଲେ ଏକ ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡିବ ।

@IANS

ABOUT THE AUTHOR

...view details