ଓଡିଶା

odisha

By

Published : Dec 15, 2020, 8:46 PM IST

ETV Bharat / bharat

ଚେନ୍ନାଇ ବିମାନବନ୍ଦରରୁ ସୁନା ଜବତ: 8 ଦୁବାଇ ଯାତ୍ରୀ ଗିରଫ

ଚେନ୍ନାଇ ଇଣ୍ଟରନ୍ୟାସନାଲ ବିମାନବନ୍ଦର ତୀର୍ଚୀରୁ ଲକ୍ଷାଧିକ ଟଙ୍କାର ସୁନା ଜବତ । 8 ଦୁବାଇ ଯାତ୍ରୀ ଗିରଫ । ଅଧିକ ପଢନ୍ତୁ...

ଚେନ୍ନାଇ ବିମାନ ବନ୍ଦରରୁ ସୁନା ଜବତ: 8 ଦୁବାଇ ଯାତ୍ରୀ ଗିରଫ
ଚେନ୍ନାଇ ବିମାନ ବନ୍ଦରରୁ ସୁନା ଜବତ: 8 ଦୁବାଇ ଯାତ୍ରୀ ଗିରଫ

ଚେନ୍ନାଇ: ଚେନ୍ନାଇ ଇଣ୍ଟରନ୍ୟାସନାଲ ବିମାନବନ୍ଦର ତୀର୍ଚୀରୁ ସୁନା ଜବତ । ବିମାନବନ୍ଦର କତ୍ତୃପକ୍ଷ ଏକ କିଲୋଗ୍ରାମରୁ ଅଧିକ ସୁନା ଜବତ କରିବା ସହ ମାମଲାରେ ସମ୍ପୃକ୍ତ 8 ଜଣଙ୍କୁ ଗିରଫ କରିଛି । ଜବତ ସୁନାର ମୂଲ୍ୟ 63 ଲକ୍ଷ 47 ହଜାର ହେବ ।

ଚେନ୍ନାଇ ବିମାନ ବନ୍ଦରରୁ ସୁନା ଜବତ: 8 ଦୁବାଇ ଯାତ୍ରୀ ଗିରଫ

ଚେନ୍ନାଇ ତୀର୍ଚୀ ବିମାନବନ୍ଦର କର୍ମଚାରୀ ମଙ୍ଗଳବାର 8 ଜଣ ଦୁବାଇ ପାସେଞ୍ଜରଙ୍କ ନିକଟରୁ ବେଆଇନ ସୁନା ଜବତ କରିଛନ୍ତି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଯେତେବେଳେ କଷ୍ଟମ ବିଭାଗର ଅଧିକାରୀମାନେ ଯାତ୍ରୀଙ୍କ ଜିନିଷ ପତ୍ର ଯାଞ୍ଚ କରୁଥିଲେ, ସେମାନେ ତାଙ୍କ ଶରୀରରେ କିଛି ଲୁଚାଇଥିବାର ଜାଣିବାକୁ ପାଇଥିଲେ । ଯାଞ୍ଚ ପରେ ଯାତ୍ରୀଙ୍କ ଶରୀରରୁ ଏବଂ ଟ୍ରଲି ବ୍ୟାଗ୍ ହ୍ୟାଣ୍ଡେଲରୁ ସୁନା ଜବତ କରିଛନ୍ତି କଷ୍ଟମ ବିଭାଗ । ତେବେ ଏକ କିଲୋ 26 ଗ୍ରାମ ସୁନା ଜବତ ହୋଇ ଥିବାବେଳେ ଜବତ ସୁନାର ମୂଲ୍ୟ 63 ଲକ୍ଷ 47 ହଜାର ବୋଲି ଜଣାପଡିଛି ।

ପ୍ରାଥମିକ ଅନୁସନ୍ଧାନ ପରେ ସେମାନେ ରାମନାଥପୁରମ୍ ଜିଲ୍ଲାର ବୋଲି ଜାଣିବାକୁ ପାଇଥିଲେ । ସମସ୍ତ 8 ଜଣ ଯାତ୍ରୀଙ୍କୁ କଷ୍ଟମ୍ସ ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ABOUT THE AUTHOR

...view details