ଓଡିଶା

odisha

ETV Bharat / bharat

ଭୟଙ୍କର ହିମସ୍ଖଳନ, ବରଫ ଅତଡା ମାଡି ଜଣେ ଯବାନ ମୃତ, 5 ନିଖୋଜ

ବରଫ ସ୍ଖଳନ ଯୋଗୁ ବରଫ ଗଦା ମାଡି ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ନିଖୋଜ ଅଛନ୍ତି । ନିଖୋଜ ଯବାନଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି ।

By

Published : Feb 21, 2019, 11:48 AM IST

ଫଟୋ ସୌଜନ୍ୟ: ଏନଆଇ

ସିମଲା: ବୁଧବାର ହିମାଚଳପ୍ରଦେଶର କିନ୍ନାଉର୍‌ ଜିଲ୍ଲା ନମଗୟାରେ ଭୟଙ୍କର ହିମସ୍ଖଳନ ହୋଇଛି । ବରଫ ସ୍ଖଳନ ଯୋଗୁ ବରଫ ଗଦା ମାଡି ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ନିଖୋଜ ଅଛନ୍ତି । ନିଖୋଜ ଯବାନଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି । ମାତ୍ର ଶେଷ ଖବର ସୁଦ୍ଧା ଏଯାଏଁ ନିଖୋଜ ଯବାନଙ୍କ କୌଣସି କୌଣସି ପତ୍ତା ମିଳିପାରି ନାହିଁ ।

ସୂଚନାଅନୁସାରେ ଇଣ୍ଡିଆ-ଚୀନ୍‌ ସୀମାନ୍ତ ଶିପକିଲା ସେକ୍ଟର ନିକଟ ଡୋଗ୍ରି ନାଲା ଅଞ୍ଚଳରେ ଏହି ବରଫ ସ୍ଖଳନ ହୋଇଛି । ବରଫ ସ୍ଖଳନ ଯୋଗୁ ଏହା ଏକ 16 ଜଣିଆ ପ୍ୟାଟ୍ରୋଲିଂ ପାର୍ଟି ଉପରେ ଏହା ପଡ଼ି ଯାଇଥିଲା । ଯବାନମାନେ ସୀମାନ୍ତର କୁନ୍ନୁର ଜିଲ୍ଲାର ପୁହ ସବଡିଭିଜନରେ ପାଣି ପାଇପ୍‌ ଲାଇନ ମରାମତି ପାଇଁ ଯାଉଥିବା ସମୟରେ ଏଭଳି ଅଘଟଣ ଘଟିଥିବା କୁନ୍ନୁର ଡେପୁଟି କମିଶନର ସୂଚନା ଦେଇଛନ୍ତି ।

ଏହି ଦୁର୍ଘଟଣା ପରେ ୬ ଜଣ ଯବାନ ବରଫ ଅତଡ଼ା ତଳେ ଫସି ଯାଇଥିଲେ। ଉଦ୍ଧାର କାର୍ଯ୍ୟରେ ତୁରନ୍ତ ଇଣ୍ଡୋ-ତିବ୍ବତ ପୁଲିସ୍‌ ଫୋର୍ସ ସହ ରାଜ୍ୟ ପୁଲିସ୍‌ ସାମିଲ ହୋଇଛନ୍ତି । ଉଦ୍ଧାରକାରୀ ଦଳ ବରଫ ଗଦା ଭିତରୁ ଜଣେ ଯବାନଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ ନେବା ରାସ୍ତାରେ ଅଧା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଏବେ ବି ଉଦ୍ୟମ ଜାରି ରହିଛି । ଶେଷ ଖବର ସୁଦ୍ଧା ନିଖୋଜ ଯବାନମାନଙ୍କ କୌଣସି ପତ୍ତା ମିଳିନାହିଁ ।

For All Latest Updates

ABOUT THE AUTHOR

...view details