ଓଡିଶା

odisha

ETV Bharat / bharat

Bharat Biotech ନାଜାଲ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ଗ୍ରୀନ ସିଗନାଲ୍

ମହାମାରୀ ମଧ୍ୟରେ ଭାରତ ବାୟୋଟେକ ପକ୍ଷରୁ ବିକଶିତ ନାଜାଲ ଟିକାର ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ମିଳିଛି ମଞ୍ଜୁରୀ । ଏହାର ସୂଚନା ଦେଇଛି ବାୟୋ ଟେକ୍ନୋଲୋଜୀ ବିଭାଗ । ଅଧିକ ପଢନ୍ତୁ...

By

Published : Aug 13, 2021, 8:38 PM IST

Bharat Biotech ନାଜାଲ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ଗ୍ରୀନ ସିଗନାଲ୍
ଭାରତ ବାୟୋଟେକ ନାଜାଲ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ଅନୁମତି

ନୂଆଦିଲ୍ଲୀ:ମହାମାରୀକୁ ମାତ ଦେବାକୁ ଟୀକାକରଣକୁ ଜୋରଦାର କରିଛି ଭାରତ । ଏହାରି ମଧ୍ୟରେ ଭାରତ ବାୟୋଟେକ ପକ୍ଷରୁ ବିକଶିତ ନାଜାଲ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ମିଳିଛି ମଞ୍ଜୁରୀ । ଏହାର ସୂଚନା ଦେଇଛି ବାୟୋ ଟେକ୍ନୋଲୋଜୀ ବିଭାଗ ।

ନାଜାଲ ଟିକାର ଟ୍ରାଏଲ ୧୮ରୁ ୬୦ ବର୍ଷ ବୟସ୍କଙ୍କ ଉପରେ କରାଯାଇଛି । ବର୍ତ୍ତମାନ ଦେଶରେ ଭାରତ ବାୟୋଟେକର କୋଭାକ୍ସିନ, ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଓ ଋଷର ସ୍ପୁଟନିକ ଭି ଭ୍ୟାକ୍ସିନ ଉପଲବ୍ଧ ଅଛି । ସେପଟେ ମଡର୍ଣ୍ଣାର MRna ଭ୍ୟାକ୍ସିନ ଓ ଜନସନ ଆଣ୍ଡ ଜନସନର ସିଙ୍ଗଲ ଡୋଜ୍‌ ଭ୍ୟାକ୍ସିନ ବ୍ୟବହାରକୁ ମଧ୍ୟ ମିଳିଛି ମଞ୍ଜୁରୀ ।

ଦେଶରେ ଏବେ କୋଭିଡର ଦ୍ବିତୀୟ ଏବଂ ତୃତୀୟ ଲହରୀ ଆଶଙ୍କା ବଢିଚାଲିଛି । ତାହା ପିଲାମାନଙ୍କୁ ଅଧିକ ସଂକ୍ରମିତ କରିବା ଆଶଙ୍କା ପ୍ରକାଶ ପାଉଥିବାବେଳେ ଏବେ ସ୍ବଦେଶରେ ପ୍ରସ୍ତୁତ ନାଜାଲ ଟିକା ଆଶାର ସଞ୍ଚାର କରିଛି।

ସେପଟେ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଓ ଆଡେନୋଭାଇରାଲ୍ ଇଣ୍ଟ୍ରାନାଜାଲ୍ ଟିକା ମିଶ୍ରଣର ଅଧ୍ୟୟନ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଅନୁମତି ଦେଇଛନ୍ତି । ଏହା ସୁସ୍ଥ ସ୍ବେଚ୍ଛାସେବୀମାନଙ୍କ ଉପରେ ପରୀକ୍ଷଣ କରାଯିବ । ଯଦ୍ବାରା ସେମାନଙ୍କ ଶରୀରରେ କେତେ ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି ଏବଂ ଏହା କେତେ ସୁରକ୍ଷିତ, ତାହା ଆକଳନ କରିହେବ ।

SARS-CoV-2 ଟିକା (କୋଭାକ୍ସିନ) ଏବଂ BBV 154(ଆଡେନୋଭାଇରାଲ୍ ଇଣ୍ଟ୍ରାନାଜାଲ୍) ମିଶ୍ରଣକୁ 2/3 ଟି ପର୍ଯ୍ୟାୟରେ କ୍ଲିନିକାଲ ପରୀକ୍ଷଣ କରାଯିବ ବୋଲି ଜଣାପଡ଼ିଛି । ତେବେ କୋଭାକ୍ସିନ୍ ଏବଂ ଆଡେନୋଭାଇରାଲ୍ ଇଣ୍ଟ୍ରାନାଜାଲ୍ ଟିକା ମିଶ୍ରଣ ଉପରେ ଅଧ୍ୟୟନ ପାଇଁ ଆବେଦନ ଜୁଲାଇ 29 ରେ ଭାରତ ବାୟୋଟେକ୍ ଦ୍ୱାରା ସବଜେକ୍ଟ ଏକ୍ସପର୍ଟ କମିଟି ଆଗରେ ଉପସ୍ଥାପନ କରାଯାଇଥିଲା ।

ABOUT THE AUTHOR

...view details