ନୂଆଦିଲ୍ଲୀ: ସେରମ ପରେ ଟିକାର ମୂଲ୍ୟ ହ୍ରାସକଲା ଅନ୍ୟତମ ସ୍ବଦେଶୀ ଟିକା ଉତ୍ପାଦନକାରୀ ସଂସ୍ଥା ଭାରତ ବୋୟୋଟେକ । କମ୍ପାନୀ ଦ୍ବାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ ଏବେ 4 ଶହ ଟଙ୍କାରେ ରାଜ୍ୟ ସରକାରମାନଙ୍କୁ ଯୋଗାଇ ଦେବା ନେଇ ନିଷ୍ପତ୍ତି ନେଇଛି ପ୍ରସ୍ତୁତକାରୀ କମ୍ପାନୀ ‘ଭାରତ ବାୟୋଟେକ’ । ଏନେଇ କମ୍ପାନୀ ପକ୍ଷରୁ ଏକ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦିଆଯାଇଛି ।
ପୂର୍ବରୁ ରାଜ୍ୟମାନଙ୍କ ପାଇଁ 600 ଟଙ୍କା ପ୍ରତି ଡୋଜ ଧାର୍ଯ୍ୟ କରିଥିଲା କମ୍ପାନୀ । ଆଜି ଉକ୍ତ ମୂଲ୍ୟରେ 2 ଶହ ଟଙ୍କା ହ୍ରାସ କରିଛି ଭାରତ ବାୟୋଟେକ । ଏଣିକି 6 ଶହ ପରିବର୍ତ୍ତେ 4ଶହ ଟଙ୍କା ମୂଲ୍ୟରେ ରାଜ୍ୟମାନେ ପ୍ରତି ଡୋଜ କିଣିପାରିବେ । ପୂର୍ବରୁ ଅନ୍ୟତମ ପ୍ରସ୍ତୁତକାରୀ କମ୍ପାନୀ ସେରମ ମଧ୍ୟ ଏହାର ପୂର୍ବନିର୍ଦ୍ଧାରିତ ମୂଲ୍ୟରେ ହ୍ରାସ କରିଥିଲା । ପୂର୍ବରୁ କମ୍ପାନୀ ଉତ୍ପାଦିତ କୋଭିସିଲ୍ଡ ଟିକାର ପ୍ରତି ଡୋଜ 4ଶହ ଟଙ୍କାରୁ 3 ଶହକୁ ହ୍ରାସ କରିଥିଲା ।