ଓଡିଶା

odisha

By

Published : Jul 24, 2021, 3:58 PM IST

ETV Bharat / bharat

COVAXIN: ୨ ବ୍ରାଜିଲ ଫାର୍ମ ସହ ଚୁକ୍ତି ରଦ୍ଦ କଲା Bharat Biotech

ବିଦେଶରେ କୋଭାକ୍ସିନରେ ଅନୁମୋଦନ ପାଇଁ ଚେଷ୍ଟିତ ଭାରତ ବାୟୋଟେକ କମ୍ପାନୀ । ଏହାରି ମଧ୍ୟରେ କମ୍ପାନୀ ୨ ବ୍ରାଜିଲ ଫାର୍ମ ସହିତ ପୂର୍ବରୁ କରିଥିବା ଚୁକ୍ତିକୁ ରଦ୍ଦ କରିଛି । ଅଧିକ ପଢନ୍ତୁ...

COVAXIN: ୨ ବ୍ରାଜିଲ ଫାର୍ମ ସହ ଚୁକ୍ତି ରଦ୍ଦ କଲା Bharat Biotech
COVAXIN: ୨ ବ୍ରାଜିଲ ଫାର୍ମ ସହ ଚୁକ୍ତି ରଦ୍ଦ କଲା Bharat Biotech

ନୂଆଦିଲ୍ଲୀ: କୋରୋନା ଟିକା କୋଭାକ୍ସିନକୁ ପରିଚିତ କରାଇବା ପାଇଁ ଭାରତ ବାୟୋଟେକ ୨ଟି ବ୍ରାଜିଲ କମ୍ପାନୀ ପ୍ରେସିକା ମେଡିକାମେଣ୍ଟସ ଓ ଏନଭିକ୍ସିଆ ଫାର୍ମାସିୟୁଟିକାଲ୍ସ LLC ସହିତ ଚୁକ୍ତି କରିଥିଲା । କିନ୍ତୁ ସେ ଏହି ଚୁକ୍ତିନାମାକୁ ରଦ୍ଦ କରିଦେଇଛି ବୋଲି ଶୁକ୍ରବାର ସୂଚନା ଦେଇଛି ।

କୋଭାକ୍ସିନର ବ୍ୟବହାରକୁ ଅନୁମତି ଦେବା ପାଇଁ ସେ ବ୍ରାଜିଲ ଡ୍ରଗ ରେଗୁଲେଟୋରୀ ବଡ ANVISA ସହିତ ପୂର୍ବପରି କାମ କରିବ ବୋଲି କହିଛି । କୋଭାକ୍ସିନକୁ ବିଭିନ୍ନ ଦେଶରେ ଗୃହୀତ କରିବା ପାଇଂ ଭାରତ ବାୟୋଟେକ କାର୍ଯ୍ୟ କରୁଛି । ପ୍ରତ୍ୟେକ ଦେଶରେ ପ୍ରଯୁଜ୍ୟ ଆଇନଗତ ଆବଶ୍ୟକତା ଅନୁଯାୟୀ ଏହା ବିଭିନ୍ନ ଦେଶରେ ଅନୁମୋଦନ ଅନୁସରଣ କରିବ ବୋଲି କମ୍ପାନୀ କହିଛି । ଏହାର ବିଶ୍ବସ୍ତରୀୟ ଯୋଗାଣର ଏକ ଅଂଶ ଭାବରେ ହାଇଦ୍ରାବାଦର ଏହି ଫାର୍ମ ବ୍ରାଜିଲକୁ କୋଭାକ୍ସିନ ଯୋଗାଇବାକୁ ପ୍ରସ୍ତାବ ଦେଇଛି ।

ବିଶ୍ବସ୍ତରରେ କୋଭାକ୍ସିନର ମୂଲ୍ୟ ଆମେରିକୀୟ ଡଲାର USD 15-20 ମଧ୍ୟରେ ରହିଛି । ଭାରତୀୟ ମୂଦ୍ରାରେ ଏହାର ମୂଲ୍ୟ ୧୧୧୬. ୪୧ ପଇସା ରହିଛି । ବ୍ରାଜିଲ ସରକାରଙ୍କୁ ଏହି ଟିକା USD 15ରେ ଦିଆଯିବ । କିନ୍ତୁ ଏଯାଏଁ ବ୍ରାଜିଲ ସରକାରଙ୍କଠାରୁ ଅଗ୍ରିମ ଭାବରେ କୌଣସି ଅର୍ଥ ନେଇନାହିଁ କି ଟିକା ବ୍ରାଜିଲ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ଏଯାଏଁ ପଠାଯାଇନାହିଁ । ସ୍ଥାନୀୟ ଆଇନ ଅନୁଯାୟୀ ଚୁକ୍ତି ସ୍ବାକ୍ଷର କରି ଭାରତ ବାୟୋଟେକ ଟିକା ଯୋଗାଇବ ବୋଲି କହିଛି ।

@ANI

ABOUT THE AUTHOR

...view details