ନୂଆଦିଲ୍ଲୀ:ତେଜୁଛି ବିବାଦ । ତୀବ୍ର ହେଉଛି ଆନ୍ଦୋଳନ । ଅଗ୍ନିପଥ ଯୋଜନା ବିରୋଧରେ ଆଜି ବିଭିନ୍ନ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦ ଫଳରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଟ୍ରାଫିକ ଜାମ ହୋଇଛି । 80ରୁ ଅଧିକ ଟ୍ରେନ ବାତିଲ ହୋଇଛି । ରାଜଧାନୀରେ ବିଭିନ୍ନ ଅଞ୍ଚଳରେ ଟ୍ରାଫିକ ଜାମ ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସୱେ ଆଦି ବିଭିନ୍ନ ଅଞ୍ଚଳ ଚେକପୋଷ୍ଟରେ ପୋଲିସ ବ୍ୟାରିକେଟ କରିଛି । ଭାରତ ବନ୍ଦ ପ୍ରଭାବରେ ରାଜରାସ୍ତା ଜାମ ହୋଇଛି । ପଛକୁ ପଛ ଗାଡି ଲମ୍ବିଛି । ସେହପରି ରେଳ ସେବା ଉପରେ ମଧ୍ୟ ଭାରତ ବନ୍ଦ ପ୍ରଭାବ ପଡିଛି । 80ରୁ ଅଧିକ ଟ୍ରେନ ବାତିଲ ହୋଇଛି । ଟ୍ରେନ ବାତିଲ ହେବା ପରେ ଯାତ୍ରୀମାନେ ମଧ୍ୟ ଅସୁବିଧାରେ ପଡିଛନ୍ତି । 4 ଘଣ୍ଟା ଧରି ଟ୍ରେନକୁ ଅପେକ୍ଷା କରିଥିଲୁ । ଯେତେବେଳେ ଟ୍ରେନ ଷ୍ଟାଟସ୍ ଚେକ କଲୁ ବାତିଲ ହେବା ନେଇ କୌଣସି ସୂଚନା ନଥିଲା । ମାତ୍ର ଷ୍ଟେସନରେ ପହଞ୍ଚିବା ପରେ ବାତିଲ ବୋଲି ଜାଣିବାକୁ ପାଇଥିବା ଜଣେ ଯାତ୍ରୀ ଗଣମାଧ୍ୟମକୁ କହିଛନ୍ତି ।