ହାଇଦ୍ରାବାଦ:ମଧ୍ୟ ପ୍ରଦେଶର ବେତୁଲ ଜିଲ୍ଲାରେ ଏକ ବୋରଓ୍ବେଲରେ ଜଣେ 6ବର୍ଷୀୟ ବାଳକ ଖସି ପଡିଛି (child fell in borewell)। ବୋରଓ୍ବେଲର ଗଭୀର 400 ଫୁଟ ହୋଇଥିବା ବେଳେ ପ୍ରାୟ 50ଫୁଟ ଗଭୀରରେ ବାଳକଟି ଫସିରହିଛି । ବାଳକଟିର କଣ୍ଠସ୍ବର ମଧ୍ୟ ଶୁଣାଯାଉଛି । ସ୍ଥାନୀୟ ପ୍ରଶାସନ ଓ ରେସକ୍ୟୁ ଟିମ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଆରମ୍ଭ କରିଛନ୍ତି ।
ଘଟଣାଟି ଆଜି (ମଙ୍ଗଳବାର) ସଂଧ୍ୟାରେ ଘଟିଛି । ସ୍ଥାନୀୟ ମାଣ୍ଡଭି ଗ୍ରାମରେ ତନ୍ମୟ ନାମକ ଜଣେ 6ବର୍ଷୀୟ ବାଳକ ଖେଳୁଥିବା 400 ଫୁଟ ଗଭୀର ବୋରୱେଲରେ ଖସି ପଡିଥିଲା । କିଛି ସମୟ ପରେ ବୋରଓ୍ବେଲ ଭିତରୁ ତାର ଚିତ୍କାର ଶୁଣି ଗ୍ରାମବାସୀ ଏସମ୍ପର୍କରେ ଜାଣିବାକୁ ପାଇଥିଲେ । ତୁରନ୍ତ ସ୍ଥାନୀୟ ପ୍ରଶାସନକୁ ସୂଚନା ଦିଆଯାଇଥିଲା । ପୋଲିସ ପ୍ରଶାସନିକ ଅଧିକାରୀ ଓ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ବାଳକଟିକୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।