କୋଲକାତା: ଯୁବକଙ୍କ ବିଭତ୍ସକାଣ୍ତ । ଭୁଲିଗଲେ ରକ୍ତ ସମ୍ପର୍କ । ବାପା ମାଆଙ୍କ ସହ ଭଉଣୀ ଓ ଜେଜେ ମାଙ୍କୁ ନିଶା ଦେଇ କଲେ ହତ୍ୟା । ହତ୍ୟା ପରେ ଦୀର୍ଘ 4 ମାସ ଧରି ଗୋଦାମରେ ମୃତଦେହକୁ ରଖିଲା ଅଭିଯୁକ୍ତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ । ଅଭିଯୁକ୍ତ ଅସିଫକୁ ଗିରଫ କରିବା ସହ ଛାନଭିନ ଜାରି ରଖିଛି ପୋଲିସ । ଏହାସହ ଘରୁ ନଗଦ ଏକ ଲକ୍ଷ ଟଙ୍କା ଗିରଫ କରିଛି ପୋଲିସ ।
ପର ହେଲା ରକ୍ତ ସମ୍ପର୍କ, ପରିବାରର 4 ସଦସ୍ୟଙ୍କୁ ନିର୍ମମ ହତ୍ୟା
ଯୁବକଙ୍କ ବିଭତ୍ସକାଣ୍ତ । ଭୁଲିଗଲେ ରକ୍ତ ସମ୍ପର୍କ । ବାପା ମାଆଙ୍କ ସହ ଭଉଣୀ ଓ ଜେଜେ ମାଙ୍କୁ ନିଶା ଦେଇ କଲେ ହତ୍ୟା । ଅଧିକ ପଢନ୍ତୁ...
ସୂଚନା ଅନୁସାରେ, ମାଲଦାର କାଲିଆଛକ ଅଞ୍ଚଳରେ ବସବାସ କରନ୍ତି ଏକ ପରିବାର । ଘରର ସାନପୁଅ ଅସିଫ ମହମ୍ମଦ କୈଣସି ଏକ କାରଣକୁ ନେଇ ଘରର ବାପା ମାଆ, ଭଉଣୀ ଓ ନିଜ ଜେଜେ ମାଙ୍କୁ ହତ୍ୟା କରିଥିଲେ । ଗତ ଫେବୃଆରୀ ମାସରେ 4 ଜଣଙ୍କୁ ହତ୍ୟା କରି ଘରର ଗୋଡାଉରେ ସେମାନଙ୍କୁ ପୋତି ଦେଇଥିଲେ । ସେମାନଙ୍କ ପିଇବା ପାଣିରେ ଡ୍ରଗ୍ସ ମିଶାଇ ପ୍ରଥମେ ଚେତାଶୂନ୍ୟ କରିଥିଲେ । ପରେ ସେମାନଙ୍କୁ କୂଅରେ ଫିଙ୍ଗି ଦେଇଥିଲେ ।
ପରେ କୂଅରୁ ବାହାର କରି ଘରର ଗୋଦାମରେ ପୋତିଦେଇଥିଲେ । ଅଭିଯୁକ୍ତଙ୍କ ବଡ ଭାଇ ଘର ଠୁ ଦୂରରେ ରହୁଥିବାରୁ ସେ ହତ୍ୟାକାଣ୍ତ ସମ୍ପର୍କରେ କୈଣସି ସୁରାଖ ପାଇ ନଥିଲେ । ଘରେ ପହଞ୍ଚିବା ପରେ ହତ୍ୟାକାଣ୍ତ ସମ୍ପର୍କରେ ଜାଣିଥିଲେ ବଡଭାଇ ଅରିଫ । ଏନେଇ ସେ ସ୍ଥାନୀୟ ପୋଲିସ ଷ୍ଟେସନରେ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘରର ଚଟାଣ ଖୋଳାଯାଇ ମୃତଦେହ ଗୁଡିକୁ ଉଦ୍ଧାର କରାଯାଇଥିଲା । ମୃତଦେହ ଗୁଡିକୁ ପୋଷ୍ଟମଟମ ପାଇଁ ପଠାଯାଇଛି । ତେବେ, ଏହି ଘଟଣାରେ ଅନ୍ୟ ସହଯୋଗୀଙ୍କ ହାତ ଥିବା ପୋଲିସ ସନ୍ଦେହ କରୁଛି । ସେପଟେ ଅଭିଯୁକ୍ତ ଜଣକ 4 ଜଣଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛି ଅଭିଯୁକ୍ତ । ହେଲେ ହତ୍ୟାକାଣ୍ତର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ ।