ଓଡିଶା

odisha

ETV Bharat / bharat

Bengal SSC Scam: TMC ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଗିରଫ - ମାଣିକ ଭଟ୍ଟାଚାର୍ଯ୍ୟ ଗିରଫ

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଗିରଫ । ଅଧିକ ପଢନ୍ତୁ

Bengal SSC Scam: TMC ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଗିରଫ
Bengal SSC Scam: TMC ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଗିରଫ

By

Published : Oct 11, 2022, 9:21 AM IST

Updated : Oct 11, 2022, 11:35 AM IST

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି(Bengal SSC Scam) ମାମଲାରେ ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଗିରଫ(TMC MLA Manik Bhattacharya arrested) । ସୋମବାର ରାତିସାରା ପଚରାଉଚରା ପରେ ଆଜି ସକାଳୁ ବିଧାୟକଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି । ମାଣିକ ଭଟ୍ଟଚାର୍ଯ୍ୟ ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଥିଲେ । ପୂର୍ବରୁ ଏହି ନିଯୁକ୍ତି ଦୁର୍ନୀତି ମାମଲାରେ ମମତା ସରକାରଙ୍କ ପୂର୍ବତନ ବିଭାଗୀୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ(Partha Chatterjee) ଗିରଫ କରି ସାରିଛି ତଦନ୍ତକାରୀ ସଂସ୍ଥା ।

ସୂଚନା ଅନୁଯାୟୀ, ମାଣିକ ଭଟ୍ଟାଚାର୍ଯ୍ୟ ନଦିଆ ଜିଲ୍ଲା ପଲାସିପାରା(Palashipara) ବିଧାୟକ ଅଟନ୍ତି । ଶିକ୍ଷକ ନିଯୁକ୍ତି ଦୁର୍ନୀତି(School Service Commission scam) ମାମଲାରେ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରୀ ପରେ ସେ ହେଉଛନ୍ତି ଦ୍ବିତୀୟ ତୃଣମୂଳ କଂଗ୍ରେସ ନେତା । ଗତ ଜୁଲାଇରେ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ ହେବାପରେ ପୂର୍ବତନ ମନ୍ତ୍ରୀ ପାର୍ଥଙ୍କ ଚାଟାର୍ଜୀ ଗିରଫ ହୋଇଥିଲେ ।

ଏହି ନିଯୁକ୍ତି ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡି କହିଛି ଯେ, ଲାଞ୍ଚ ସଂଗ୍ରହରେ ଭଟ୍ଟଚାର୍ଯ୍ୟଙ୍କ ସମ୍ପୃକ୍ତି ଥିବା ତାଙ୍କ ହ୍ବାର୍ଟ୍ସଆପ ଚାର୍ଟ ଏବଂ କଥାବାର୍ତ୍ତାରୁ ଜଣାପଡିଛି । ଏନେଇ ଦୀର୍ଘ ସମୟ ଜେରା ପରେ ତାଙ୍କୁ ଗିରଫ କରାଯାଇଛି । ତେବେ ଜେରା ସମୟରେ ସେ କେନ୍ଦ୍ରୀୟ ଏଜେନ୍ସିକୁ ଭ୍ରମିତ କରିବାକୁ ଚେଷ୍ଟା କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ:WBSSC Scam: ବିଚାର ବିଭାଗୀୟ ହାଜତକୁ ଗଲେ ପାର୍ଥ ଚାଟାର୍ଜୀ ଓ ଅର୍ପିତା

ସୋମବାର ଜେରା ପାଇଁ ମାଣିକ ଭଟ୍ଟଚାର୍ଯ୍ୟଙ୍କୁ ଡକାଇଥିଲା ଇଡି । ତାଙ୍କୁ ରାତିସାରା ପଚରାଉଚରା ପରେ ଆଜି ସକାଳୁ ଗିରଫ କରାଯାଇଛି । ଆଜି ପ୍ରଥମେ ବିଧାୟକଙ୍କ ମେଡିକାଲ ଟେଷ୍ଟ ପରେ କୋର୍ଟରେ ହାଜର କରାଯିବାକୁ ଥିବା ସୂଚନା ମିଳିଛି ।

Last Updated : Oct 11, 2022, 11:35 AM IST

ABOUT THE AUTHOR

...view details