ଓଡିଶା

odisha

ETV Bharat / bharat

UP Poll: Opinion Pollରେ କଟକଣା ଲଗାଇବାକୁ ECଙ୍କୁ ଚିଠି ଲେଖିଲା SP - ଚିଠି ଲେଖିଲା ସପା

ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲା ସମାଜବାଦୀ ପାର୍ଟି । ନିର୍ବାଚନ ପୂର୍ବରୁ Opinion Poll ନିଷେଧ କରିବାକୁ ଚିଠିରେ ଉଲ୍ଲେଖ । ଜନମତ ପ୍ରଭାବିତ ହେବା ଆଶଙ୍କା ଦର୍ଶାଇଲା ଦଳ । ଅଧିକ ପଢନ୍ତୁ

UP Poll: opinion polls ଉପରେ କଟକଣା ଲଗାଇବାକୁ SP ର ଦାବି
UP Poll: opinion polls ଉପରେ କଟକଣା ଲଗାଇବାକୁ SP ର ଦାବି

By

Published : Jan 23, 2022, 7:42 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମତଦାନ ପୂର୍ବରୁ ସମସ୍ତ ଦଳ ପ୍ରଚାର ଜୋରଦାର କଲେଣି । ତେବେ ମତଦାନ ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଦ୍ବାରା ହେଉଥିବା Opinion Poll ଉପରେ କଟକଣା ଜାରି କରିବା ନେଇ ଦାବି କରିଛି ସମାଜବାଦୀ ପାର୍ଟି । ଆଜି ପାର୍ଟିର ଉତ୍ତର ପ୍ରଦେଶ ମୁଖ୍ୟନରେଶ ପଟେଲ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଏହି Opinion Poll ଉପରେ ନିଷେଧାଦେଶ ଜାରି କରିବା ପାଇଁ ନିବେଦନ କରିଛନ୍ତି ।

ଏହି ଚିଠିରେ ନରେଶ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ ନିର୍ବାଚନ ଆଚରଣ ବିଧି ଜାରି ହୋଇ ସାରିଛି । ଆୟୋଗଙ୍କ ପ୍ରଦତ୍ତ କଟକଣା ଅନୁସାରେ ବିଭିନ୍ନ ରାଜନୈତିକ ଦଳମାନେ ପ୍ରଚାର ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ସମୟରେ ଗଣମାଧ୍ୟମ ଦ୍ବାରା କରାଯାଉଥିବା Opinion Poll ଭୋଟରଙ୍କୁ ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ରହିଛି । ତେଣୁ ଏହାକୁ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ଆୟୋଗ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ଉତ୍ତର ପ୍ରଦେଶରେ ସମସ୍ତ ୭ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ରାଜ୍ୟ ରାଜନୀତିରେ ଘମାଘୋଟ ପ୍ରଚାର ଜାରି ରହିଛି । ବିଜେପି, ସପା, ବସପା ଓ ଅନ୍ୟାନ୍ୟ ରାଜନୈତିକ ଦଳମାନେ ପ୍ରଚାର ଜାରି ରଖିଥିବା ବେଳେ ବହୁ ଜାତୀୟ ସ୍ତରୀୟ ନେତା ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ପ୍ରଚାର ମୈଦାନରେ ଭୋଟରଙ୍କୁ ଆକୃଷ୍ଟ କରିବାର ସମସ୍ତ କୌଶଳ ଆପଣାଇବାରେ ଲାଗିଛନ୍ତି । ଏହି କ୍ରମରେ ସମାଜବାଦୀ ପାର୍ଟି ପ୍ରଥମେ କୃଷକଙ୍କ ପାଇଁ ସମସ୍ତ ଶସ୍ୟକୁ MSP ପ୍ରଦାନ କରିବା ନେଇ ଘୋଷଣା କରିସାରିଥିବା ବେଳେ ଆଜି IT କ୍ଷେତ୍ରର 22 ଲକ୍ଷ ଯୁବକ ଯୁବତୀଙ୍କୁ ଚାକିରୀ ଯୋଗାଇ ଦିଆଯିବା ପ୍ରତିଶ୍ରୁତିରେ ଯୁବପିଢିଙ୍କ ଭୋଟ କିଣିବାକୁ ପ୍ରୟାସ କରିଛି ।

IANS

ABOUT THE AUTHOR

...view details