ନୂଆଦିଲ୍ଲୀ:ସରି ସରି ଆସୁଛି ସେପ୍ଟେମ୍ବର ମାସ । ଆଉ ଗୋଟିଏ ସପ୍ତାହ ପରେ ଆରମ୍ଭ ହେବ ଅକ୍ଟୋବର ମାସ । ପାର୍ବଣରେ ଭକ୍ତିମୟ ହେବ ପରିବେଶରେ ଦୁଲୁକିବ ଗାଁଠୁ ସହର । ଆସନ୍ତା ମାସରେ ବହୁ ପର୍ବପର୍ବାଣୀ ପଡ଼ୁଥିବାରୁ ଅଧିକାଂଶ ଦିନ ବ୍ୟାଙ୍କ ବନ୍ଦ ରହିବ । ଯଦି ବ୍ୟାଙ୍କରେ ଆପଣଙ୍କର କୌଣସି କାମ ରହିଯାଇଛି, ତେବେ ଜଲଦି ଜଲ୍ଦି ଶେଷ କରି ନିଅନ୍ତୁ । ଆସନ୍ତା ମାସରେ 16ଦିନ ବନ୍ଦ ରହିବ ବ୍ୟାଙ୍କ । ତେଣୁ ଟଙ୍କା ନେଣଦେଣଠାରୁ ଆରମ୍ଭ କରି ଚେକ୍ ଜମା ଓ ଡ୍ରାଫ୍ଟ ଇତ୍ୟାଦି କାମ ପାଇଁ ଅକ୍ଟୋବରରେ ବ୍ୟାଙ୍କ ଯିବା ପୂର୍ବରୁ ଛୁଟିଦିନ ଗୁଡ଼ିକ ଜାଣି ରଖନ୍ତୁ ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଅକ୍ଟୋବର ମାସ ପାଇଁ ବ୍ୟାଙ୍କ ଛୁଟି ଘୋଷଣା କରିଛି । କେନ୍ଦ୍ରୀୟ ବ୍ୟାଙ୍କର ୱେବ୍ସାଇଟରେ ଛୁଟିଦିନର ତାଲିକା ପ୍ରକାଶ ପାଇଛି । ଅକ୍ଟୋବର ମାସରେ ପ୍ରାୟ 16 ଦିନ ବ୍ୟାଙ୍କ ବନ୍ଦ ରହିବ । ସାପ୍ତାହିକ ଛୁଟି ମଧ୍ୟ ଏହି ଛୁଟିଦିନରେ ସାମିଲ ରହିଛି । ଯଦି ଛୁଟି ଦିନରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଥାଏ ତେବେ ଅନ୍ଲାଇନ୍ ସେବା ମଧ୍ୟ ଉପଲବ୍ଧ ରହିବ । ନଜର ପକାନ୍ତୁ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ ।
ଏହା ମଧ୍ୟ ପଢନ୍ତୁ-ଦୀପକ ଗୁପ୍ତା କୋଟାକ ମହିନ୍ଦ୍ରା ବ୍ୟାଙ୍କର ନୁଆ CEO, ଅନୁମୋଦନ ଦେଲା RBI
ତାରିଖ | ଦିନ | କାରଣ | ରାଜ୍ୟ |
ଅକ୍ଟୋବର-1 | ରବିବାର | ସାପ୍ତାହିକ ଛୁଟି | ସବୁ ରାଜ୍ୟ |
ଅକ୍ଟୋବର-2 | ସୋମବାର | ଗାନ୍ଧୀ ଜୟନ୍ତୀ | ସବୁ ରାଜ୍ୟ |
ଅକ୍ଟୋବର-8 | ରବିବାର | ସାପ୍ତାହିକ ଛୁଟି | ସବୁ ରାଜ୍ୟ |
ଅକ୍ଟୋବର-14 | ଶନିବାର | ମହାଳୟା | ସବୁ ରାଜ୍ୟ |
ଅକ୍ଟୋବର-15 | ରବିବାର | ସାପ୍ତାହିକ ଛୁଟି | ସବୁ ରାଜ୍ୟ |
ଅକ୍ଟୋବର-18 | ବୁଧବାର | କଟି ବିହୁ | ଗୌହାଟୀ |
ଅକ୍ଟୋବର-21 | ଶନିବାର | ଦୁର୍ଗାପୂଜା(ମହାସପ୍ତମୀ) | ଅଗରତାଲା, ଗୌହାଟୀ,ଇମ୍ଫାଲ, କୋଲକାତା |
ଅକ୍ଟୋବର-22 | ରବିବାର | ସାପ୍ତାହିକ ଛୁଟି | ସବୁ ରାଜ୍ୟ |
ଅକ୍ଟୋବର-23 | ସୋମବାର | ମହାନବମୀ, ଦୁର୍ଗା ପୂଜା, ବିଜୟା ଦଶମୀ | ଅଗରତାଲା, ବେଙ୍ଗାଲୁରୁ, ଭୁବନେଶ୍ୱର, ଚେନ୍ନାଇ, ଗୌହାଟୀ, ଆନ୍ଧ୍ରପ୍ରଦେଶ, କାନପୁର, କୋଚି, କୋହିମା, କୋଲକାତା, ଲକ୍ଷ୍ନୌ, ପାଟନା, ରାଞ୍ଚି, ଶିଲଙ୍ଗ, ଥିରୁବନନ୍ତପୁରମ୍ । |
ଅକ୍ଟୋବର-24 | ମଙ୍ଗଳବାର | ଦୁର୍ଗାପୂଜା | ଅଗରତାଲା, ଅହମ୍ମଦାବାଦ, ଆଇଜ୍ବାଲ, ବେଲାପୁର, ବେଙ୍ଗାଲୁରୁ, ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, ଡେରାଡୁନ, ଗ୍ୟାଙ୍ଗଟକ, ଗୌହାଟୀ, ତେଲେଙ୍ଗାନା, ଜୟପୁର, ଜାମ୍ମୁ, କାନପୁର, କୋଚି, କୋହିମା, କୋଲକାତା, ମୁମ୍ବାଇ, ଲକ୍ଷ୍ନୌ, ନାଗପୁର, ନୂଆଦିଲ୍ଲୀ, ପାନାଜି, ପାଟନା, ରାଞ୍ଚି, ଶିଲଂ, ଶିମଲା, ଶ୍ରୀନଗର, ଥିରୁବନନ୍ତପୁରମ୍ |
ଅକ୍ଟୋବର-25 | ବୁଧବାର | ଦୁର୍ଗାପୂଜା (ଦଶମୀ) | ଗ୍ୟାଙ୍ଗଟକ |
ଅକ୍ଟୋବର-26 | ଗୁରୁବାର | ଦୁର୍ଗାପୂଜା (ଦଶମୀ)/ ପରିଗ୍ରହଣ ଦିବସ | ଗ୍ୟାଙ୍ଗଟକ, ଜମ୍ମୁ, ଶ୍ରୀନଗର |
ଅକ୍ଟୋବର-27 | ଶୁକ୍ରବାର | ଦୁର୍ଗାପୂଜା (ଦଶମୀ) | ଗ୍ୟାଙ୍ଗ୍ଟକ୍ |
ଅକ୍ଟୋବର-28 | ଶନିବାର | ଲକ୍ଷ୍ମୀପୂଜା, ଚତୁର୍ଥ ଶନିବାର | ସବୁ ରାଜ୍ୟ |
ଅକ୍ଟୋବର-29 | ରବିବାର | ସାପ୍ତାହିକ ଛୁଟି | ସବୁ ରାଜ୍ୟ |
ଅକ୍ଟୋବର-31 | ମଙ୍ଗଳବାର | ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ | ଅହମ୍ମଦାବାଦ |