ଓଡିଶା

odisha

ETV Bharat / bharat

ବିନା ପାସପୋର୍ଟ ଭିସାରେ ହରିଦ୍ବାରରେ ରହୁଥିବା ବାଂଲାଦେଶୀ ମହିଳାଙ୍କୁ ବାନ୍ଧିଲା ପୋଲିସ - ଉତ୍ତରାଖଣ୍ଡରେ ବାଂଲାଦେଶୀ ମହିଳା ଗିରଫ

ହରିଦ୍ୱାର କୋଟୱାଲୀରେ ଗିରଫ ହେଲେ ବାଂଲାଦେଶୀ ମହିଳ । ବିନା ପାସପୋର୍ଟ ଓ ଭିସାରେ କିଛି ମାସ ହେବ 3 ଶିଶୁଙ୍କ ସହ ରହୁଥିଲେ । ଗ୍ରାମବାସୀଙ୍କ ସୂଚନା ପରେ ଗିରଫ କଲା ପୋଲିସ (Bangladeshi woman arrested in Haridwar)। ଅଧିକ ପଢନ୍ତୁ

ବିନା ପାସପୋର୍ଟ ଭିସାରେ ହରିଦ୍ବାରରେ ରହୁଥିଲେ ବାଂଲାଦେଶୀ ମହିଳା, ବାନ୍ଧିଲା ପୋଲିସ
ବିନା ପାସପୋର୍ଟ ଭିସାରେ ହରିଦ୍ବାରରେ ରହୁଥିଲେ ବାଂଲାଦେଶୀ ମହିଳା, ବାନ୍ଧିଲା ପୋଲିସ

By

Published : Oct 30, 2022, 8:38 AM IST

ଡେରାଡୁନ: ହରିଦ୍ୱାର କୋଟୱାଲୀ ରାନିପୁର ଅଞ୍ଚଳରେ ବିନା ପାସପୋର୍ଟ ଓ ଭିସାରେ ରହି ଆସୁଥିବା ଜଣେ ବାଂଲାଦେଶୀ ମହିଳାଙ୍କୁ ଗିରଫ କରିଛି ପୋଲିସ (Bangladeshi woman arrested in Haridwar)। ଗିରଫ ମହିଳାଙ୍କ ନାମ ରହିମା ସେ ବାଂଲାଦେଶର ନାଗରିକ ବୋଲି ପ୍ରାଥମିକ ଜେରାରୁ ସ୍ପଷ୍ଟ ହେବା ପରେ ପୋଲିସ ସମ୍ପୃକ୍ତ ବିଦେଶୀ ମହିଳାଙ୍କୁ ନିଜର 3 ସନ୍ତାନଙ୍କ ସହ ଗିରଫ କରିଛି ।

ଘଟଣା ନେଇ ସ୍ଥାନୀୟ କୋଟୱାଲୀ ରାଣୀପୁର ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ବାଂଲାଦେଶୀ ମହିଳାଜଣଙ୍କ ଉକ୍ତ ଅଞ୍ଚଳର ଦାଦୁପୁର ଗ୍ରାମରେ ନିଜ ତିନି ପିଲାଙ୍କ ସହ ଗତ କିଛି ମାସ ଧରି ରହି ଆସୁଥିଲେ । ତେବେ ମହିଳାଙ୍କ ନିକଟରେ କୌଣସି ପ୍ରକାରର ପାସପୋର୍ଟ କିମ୍ବା ଭିସା କିମ୍ବା ଅନ୍ୟକୌଣସି ସରକାରୀ କାଗଜପତ୍ର ମଧ୍ୟ ନଥିଲା । ତେବେ ଏନେଇ ସ୍ଥାନୀୟ ଲୋକଙ୍କ ନିକଟରୁ ସୂଚନା ପାଇ ପୋଲିସ ମହିଳାଙ୍କ ଘରେ ଚଢାଉ କରିବା ପରେ ସେ ବାଂଲାଦେଶୀ ନାଗରିକ ବୋଲି ଜାଣିବାକୁ ପାଇଥିଲା ।

ଜେରା ପରେ ମହିଳାଜଣଙ୍କ 25 ବର୍ଷୀୟା ରହିମା ଓ ସେ ବାଂଲାଦେଶର ଗୋପାଳଗଞ୍ଜ ଅଞ୍ଚଳର ଅଲ୍ଲୀ ନୂର ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀ ବୋଲି ପୋଲିସ ନିକଟରେ ପ୍ରକାଶ କରିଥିଲେ । ତାଙ୍କ ନିକଟରୁ କୌଣସି ପାସପୋର୍ଟ ଓ ଭିସା ନମିଳିବା ପରେ ତାଙ୍କୁ ଗିରଫ କରାଯାଇଛି । ରହିମା ବିରୋଧରେ 522/22 ଅଧୀନରେ ଧାରା 14 ବିଦେଶୀ ଅଧିନିୟମ-1946 ଆକ୍ଟରେ ଏକ ମାମଲା ରୁଜୁ ହୋଇଛି । ତାଙ୍କୁ କୋର୍ଟରେ ହାଜର କରାଯିବା ଆନ୍ତର୍ଜାତୀୟ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ପୋଲିସ କହିଛି ।

ABOUT THE AUTHOR

...view details