ମୁମ୍ବାଇ:ମହାରାଷ୍ଟ୍ରର ବଲାରପୁର ରେଳ ଷ୍ଟେସନରେ ଅଘଟଣ (Bridge collapses in Ballarpur railway station)। ଷ୍ଟେସନରେ ଥିବା ରେଲଓ୍ବେ ଫୁଟଓଭର ବ୍ରିଜ ଭୁଶୁଡି ପଡିବା ଯୋଗୁଁ ଜଣଙ୍କର ମୃତ୍ୟୁ ହେବା ସହ ପ୍ରାୟ 10 ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏନେଇ ରେଳ ବିଭାଗ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି ।
ଦୁର୍ଘଟଣାରେ ଗୁରୁତର ହୋଇଥିବା ରୋଗୀଙ୍କ ପାଇଁ 1 ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତିଙ୍କ ପାଇଁ 50 ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି । ଏନେଇ କେନ୍ଦ୍ରୀୟ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ସୂତାର ସୂଚନା ଦେଇଛନ୍ତି ।
ମହାରାଷ୍ଟ୍ରରେ ଭୁଶୁଡିପଡିଲା ରେଳଓ୍ବେ ଫୁଟଓଭର ବ୍ରିଜ: 10ରୁ ଅଧିକ ଗୁରୁତର
ସୂଚନାଅନୁସାରେ, ଫୁଟଓଭର ବ୍ରିଜଟି ଦୁର୍ବଳ ଅବସ୍ଥାରେ ଥିବା ଯୋଗୁଁ ତାର ମଧ୍ୟଭାଗ ଭାଙ୍ଗିଯାଇଥିଲା । କିଛି ଯାତ୍ରୀ ତଳକୁ ଖସି ପଡିଥିଲେ । ସେହିପରି ତଳେ ଥିବା କିଛି ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ରବିବାର ସନ୍ଧ୍ୟା ପ୍ରାୟ 5.30 ରେ ଏହି ଅଘଟଣ ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ 10ରୁ ଅଧିକ ଯାତ୍ରୀ ଚିକିତ୍ସାଧୀନ ରହିଛନ୍ତି । ଘଟଣାରେ ଦୁଃଖ ପ୍ରକାଶ କରିଛି ରେଳବାଇ । ଗୁରୁତରଙ୍କୁ ଏକ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କ ପାଇଁ 50 ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ସେହିପରି ସମସ୍ତ ଆହତଙ୍କ ଚିକିତ୍ସା ଜାରି ରହିଛି । ସମସ୍ତଙ୍କୁ ତ୍ବରିତ ଚିକିତ୍ସା ଯୋଗାଇବା ଦିଗରେ ମଧ୍ୟ ପ୍ରଚେଷ୍ଟା କରାଯାଉଥିବା ସ୍ଥାନୀୟ ରେଳବାଇ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ