ଓଡିଶା

odisha

ETV Bharat / bharat

ତେଲେଙ୍ଗାନାରେ ଗୋ-ହତ୍ୟାକାରୀ ବିରୋଧରେ ସଠିକ୍ କାର୍ଯ୍ୟକାରୀ ହେଉ ଆଇନ: ବଜରଙ୍ଗ ଦଳ - ବଜରଙ୍ଗ ଦଳ

ଗୋ ହତ୍ୟା ଏବଂ ପଶୁ ସରଂକ୍ଷଣ ଆଇନକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବା ପାଇଁ ବଜରଙ୍ଗ ଦଳ ପକ୍ଷରୁ ଦାବି । ଅଧିକ ପଢନ୍ତୁ...

ତେଲେଙ୍ଗାନାରେ ଗୋ ହତ୍ୟାକାରୀ ବିରୋଧରେ ଆଇନକୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଉ: ବଜରଙ୍ଗ ଦଳ
ତେଲେଙ୍ଗାନାରେ ଗୋ ହତ୍ୟାକାରୀ ବିରୋଧରେ ଆଇନକୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଉ: ବଜରଙ୍ଗ ଦଳ

By

Published : Jul 6, 2021, 7:58 AM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ଗୋ-ହତ୍ୟା ଏବଂ ପଶୁ ସରଂକ୍ଷଣ ଆଇନକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବା ପାଇଁ ବଜରଙ୍ଗ ଦଳ ପକ୍ଷରୁ ଦାବି ହୋଇଛି । ଏଥି ସହ ଗୋ ମାଂସ ଚୋରା ଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ତେଲେଙ୍ଗାନା ରାଜ୍ୟ ବଜରଙ୍ଗ ଦଳ କନଭେନର ସୁଭାଷ ଚାନ୍ଦ କହିଛନ୍ତି ତେଲେଙ୍ଗାନା ସରକାର AIMIM ଅଧୀନରେ କାମ କରୁଛନ୍ତି। ଦିନକୁ ଦିନ AIMIM ନେତାଙ୍କ ଅତ୍ୟାଚାର ଦିନକୁ ଦିନ ବଢିବାର ଲାଗିଛି। TRS ଏବଂ AIMIM ନେତାଙ୍କ ହାତରେ ଗୋ ହତ୍ୟା ଏକ ବଡ ମାଫିଆରେ ପରିଣତ ହୋଇଛି। ତେଲେଙ୍ଗାନା ପୋଲିସ ଏହି ଦଳଗୁଡିକ ସହିତ କାମ କରୁଛି।ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୋ ହତ୍ୟା ଏବଂ ପଶୁ ସଂରକ୍ଷଣ ଆଇନକୁ ତେଲେଙ୍ଗାନାରେ ସଠିକ୍ ଭାବରେ କାର୍ଯ୍ୟକାରୀ କରାଯାଉ ଏବଂ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ରବିବାର ଦିନ ବଜରଙ୍ଗ ଦଳର ଜଣେ କର୍ମଚାରୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ହୋଇଥିବା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ସୁଭାଷ କହିଛନ୍ତି ଯେ ପୋଲିସ ଏପର୍ଯ୍ୟନ୍ତ ଏହି ମାମଲାରେ କାହାକୁ ଗିରଫ କରିନାହିଁ ।

@ANI

ABOUT THE AUTHOR

...view details