ନୂଆଦିଲ୍ଲୀ: ବିଧି ବିଧାନ ସହକାରେ ଆଜି ବନ୍ଦ ହେବ ଚାରିଧାମର ପ୍ରଭୁ ବଦ୍ରିନାଥଙ୍କ କପାଟ । ଅପରାହ୍ନ 3 ଟା 35 ମିନିଟ ସମୟରେ ଦ୍ବାର ବନ୍ଦ ହେବା ନେଇ ଶୁଭ ସମୟ ନିର୍ଦ୍ଧାରିତ ହୋଇଛି । ଶୀତକାଳୀନ ପାଇଁ ଆସନ୍ତା 6 ମାସ ପାଇଁ ମନ୍ଦିରକୁ ବନ୍ଦ କରିଦିଆଯିବ । ଏନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାପରେ ସରକାରୀ ଅନୁମତି ବିନା କୌଣସି ବ୍ୟକ୍ତି ହନୁମାନ ଚଟ୍ଟି ଠାରୁ ଆଗକୁ ଯାଇ ପାରିବେ ନାହିଁ। ତେବେ ମନ୍ଚଦିର ଦ୍ବାର ଖୋଲିବା ପରେ ରାବଲ ପୂଜକ ପୂଜା କରୁଥିବାବେଳେ, ଦ୍ବାର ବନ୍ଦ ହେବା ପରେ ନାରଦଜୀ ପୂଜକ ପୂଜା କରିଥାନ୍ତି ।
ଆଜି ବନ୍ଦ ହେବ ପ୍ରଭୁ ବଦ୍ରିନାଥଙ୍କ କପାଟ - badrinath temple door
ଶୀତ ପାଇଁ ବନ୍ଦ ହେବ ବଦ୍ରିନାଥଙ୍କ କପାଟ । ଆସନ୍ତା 6 ମାସ ପର୍ଯ୍ୟନ୍ତ ବନ୍ଦ ରହିବ ମନ୍ଦିର । ଅଧିର ପଢନ୍ତୁ...
ଆଜି ବନ୍ଦ ହେବ ପ୍ରଭୁ ବଦ୍ରିନାଥଙ୍କ କପାଟ
ତେବେ ଏହା ପୂର୍ବରୁ ଭାଇ ଦୁଜ ସମୟରେ ସମ୍ପୂର୍ଣ୍ଣ ବିଧି ବିଧାନ ସହ ଶୀତ ଋତୁ ପାଇଁ କେଦାରନାଥ ଧାମ ଦ୍ୱାର ବନ୍ଦ କରାଯାଇଛି । ଏହାପୂର୍ବରୁ, ନଭେମ୍ବର 16 ଦ୍ବିପହର 12.15ରେ, ଯମୁନେତ୍ରୀ ଧାମ କପାଟ ବନ୍ଦ କରାଯାଇଛି । ନଭେମ୍ବର 15 ରେ, ଗଙ୍ଗୋତ୍ରୀ ଧାମରେ ଅନ୍ନକୁଟ ପର୍ବ ଅନୁଷ୍ଠିତ ହୋଇଥିଲା ଏବଂ ଗୋବର୍ଦ୍ଧନ ପୂଜା ପରେ ମନ୍ଦିରର କପାଟ ବନ୍ଦ କରାଯାଇଥିଲା ।