ଓଡିଶା

odisha

ପ୍ରବଳ ତୁଷାରପାତରେ ଆସିଲାନି ଆମ୍ବୁଲାନ୍ସ, ସେନା ଗାଡିରେ ଜନ୍ମ ହେଲା ଶିଶୁକନ୍ୟା

By

Published : Feb 2, 2021, 10:33 AM IST

ଭାରତୀୟ ସେନା ପୁଣିଥରେ ଦେଖାଇଲା ତାର ମାନବିକତା । ସେନା ଗାଡିରେ ଜନ୍ମ ହେଲା ଶିଶୁକନ୍ୟା । ଏଭଳି ଘଟଣା ଦେଖିବାକୁ ମିଳିଛି ଜମ୍ମୁ କାଶ୍ମୀରର କୁପୱାଡା ଜିଲ୍ଲାରେ । ଅଧିକ ପଢନ୍ତୁ...

ଭାରତୀୟ ସେନାର ମାନବିକତା, ସେନା ଗାଡିରେ ଜନ୍ମ ହେଲା ଶିଶୁକନ୍ୟା
ଭାରତୀୟ ସେନାର ମାନବିକତା, ସେନା ଗାଡିରେ ଜନ୍ମ ହେଲା ଶିଶୁକନ୍ୟା

ଶ୍ରୀନଗର: ଭାରତୀୟ ସେନା ପୁଣିଥରେ ଦେଖାଇଲା ତାର ମାନବିକତା । ସେନା ଗାଡିରେ ଜନ୍ମ ହେଲା ଶିଶୁକନ୍ୟା । ଏଭଳି ଘଟଣା ଦେଖିବାକୁ ମିଳିଛି ଜମ୍ମୁ କାଶ୍ମୀରର କୁପୱାଡା ଜିଲ୍ଲାରେ । ସୂଚନାମୁତାବକ, ସୋମବାର ଦିନ କୁପୱାଡା ଜିଲ୍ଲା କାଲାରୋସ୍ କମ୍ପାନୀ କମାଣ୍ଡରଙ୍କ ପାଖକୁ ଜଣେ ଆଶାକର୍ମୀଙ୍କ ଫୋନ ଆସିଥିଲା । ଯିଏକି ନାରିକୋଟ ଅଞ୍ଚଳରେ ପ୍ରସବ ଯନ୍ତ୍ରଣା ପାଉଥିବା ଜଣେ ମହିଳାଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାରୁ ଅନୁରୋଧ କରିଥିଲେ । କୁପୱାଡାରେ ତୁଷାରପାତ ଯୋଗୁଁ ଆମ୍ବୁଲାନ୍ସ ଆସିବାକୁ ମନା କରିଦେଇଥିଲା । ଏହା ଶୁଣି ସେନା ଗାଡ଼ି ତୁରନ୍ତ ଏକ ମେଡିକାଲ ଟିମ୍ ସହିତ ମହିଳାଙ୍କୁ ସ୍ଥାନାନ୍ତର କରିବା ପାଇଁ ନାରିକୋଟ ପହଞ୍ଚିଥିଲା ।

ତେବେ ନାରିକୋଟରୁ କାଲାରୋସ୍ ହସ୍ପିଟାଲ ଯିବା ରାସ୍ତାରେ ମହିଳାଙ୍କ ଯନ୍ତ୍ରଣା ବଢିବାରୁ ଆଶାକର୍ମୀ ଆର୍ମି ମେଡିକାଲ୍ ଟିମ୍ ସହାୟତାରେ ସେ ଗାଡି ଭିତରେ ହିଁ ପ୍ରସବ କରିବାକୁ ନିଷ୍ପତ୍ତି ନେଇଥିଲେ । ଶେଷରେ ଗାଡି ଭିତରେ ଏକ ଶିଶୁକନ୍ୟା ଜନ୍ମ ନେଇଥିଲା, ଯାହା ସେଠାରେ ଖୁସିର ଲହରି ଖେଳାଇ ଦେଇଥିଲା । ପରେ ମହିଳା ଏବଂ ନବଜାତ ଶିଶୁଙ୍କୁ କାଲାରୋସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏନେଇ କମ୍ପାନୀ କମାଣ୍ଡର ପରିବାରକୁ ଉପହାର ଦେଇ ଅଭିନନ୍ଦନ ଜଣାଇବା ସହ ଆଶାକର୍ମୀଙ୍କ ସାହାସିକତା ପାଇଁ ତାଙ୍କୁ ପ୍ରଶଂସା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details