କୋଲକାତା:ପଶ୍ଚିମବଙ୍ଗ ଉପନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହେବା ପରେ ବି ଶପଥ ନେଇପାରୁନାହାନ୍ତି ବାବୁଲ ସୁପ୍ରିୟୋ । ଟିଏମ୍ସିରୁ ବିଧାୟକ ହୋଇ ବି ବାବୁଲଙ୍କ ଶପଥ ପାଠ ଏ ଯାଏଁ ହୋଇନାହିଁ । ଉପନିର୍ବାଚନ ଫଳାଫଳ ଘୋଷଣା ହେବାର ୨ ସପ୍ତାହ ବିତି ଗଲାଣି । ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଏମ୍ସି ନେତା ବାବୁଲ ସୁପ୍ରିୟୋଙ୍କୁ ବିଧାୟକ ଭାବେ ଶପଥ ଦେବା ନେଇ ବିବାଦ ଲାଗି ରହିଛି । ଏନେଇ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଦାୟୀ କରିଛନ୍ତି ବାବୁଲ ସୁପ୍ରିୟୋ ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବାବୁଲ ସୁପ୍ରିଓ କହିଛନ୍ତି ଯଦି ରାଜ୍ୟପାଳ ଜଗଦୀପ ଧନକର ଦୟାଳୁ ହୋଇଥାନ୍ତେ ତେବେ ଶପଥ ଗ୍ରହଣ ସମସ୍ୟା ଏଡାଇ ଯାଇପାରିଥାନ୍ତ । 'ମୁଁ ତାଙ୍କ ଟ୍ବିଟ ଦେଖିଛି । ମୋର ବାଚସ୍ପତିଙ୍କୁ ଲେଖିବାର କୌଣସି ଆବଶ୍ୟକତା ନାହିଁ। ମୁଁ କ’ଣ କରିବି? ମୁଁ ଶପଥ ଗ୍ରହଣ କରିବାକୁ ରାଜ୍ୟପାଳଙ୍କୁ ଲେଖିବି କି ବୋଲି କହିଛନ୍ତି ବାବୁଲ । ସେ ଆହୁରି କହିଛନ୍ତି, ମୁଁ ଜାଣେ ନାହିଁ ଯେ ସମ୍ବିଧାନରେ ଉଲ୍ଲେଖ ଅଛି କି ରାଜ୍ୟପାଳ ଏବଂ ବାଚସ୍ପତି କିମ୍ବା ଉପ ବାଚସ୍ପତିଙ୍କ ମଧ୍ୟରେ ଚିଠି ସର୍ବସାଧାରଣ ଆଗକୁ ଅଣାଯାଇପାରିବ କି ନାହିଁ । ଉପ ବାଚସ୍ପତି ଯାହା କହିଛନ୍ତି ତେଣୁ ବାଚସ୍ପତି ବୋଧହୁଏ ତାଙ୍କୁ ଦାୟିତ୍ବ ଦେଇଥିବା କହିଛନ୍ତି ବାବୁଲ ସୁପ୍ରିୟୋ ।