ଓଡିଶା

odisha

ଅଗ୍ନିପଥରେ ନୁହେଁ ଯୋଗପଥରେ ଚାଲ: ରାମଦେବ

By

Published : Jun 21, 2022, 5:05 PM IST

ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଦେଶବ୍ୟାପୀ ବିରୋଧ ଜାରି ରହିଛି । କେତେକ ରାଜ୍ୟରେ ସେନାରେ ଭର୍ତ୍ତି ଆଶାୟୀଙ୍କ ହିଂସା ଓ ପ୍ରତିବାଦ ମଧ୍ୟ ଦେଖିବାକୁ ମିଳିଛି । ଏହି ସମୟରେ ଯୋଗ ଗୁରୁ ବାବା ରାମଦେବ ଅଗ୍ନିପଥକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଅଧିକ ପଢ଼ନ୍ତୁ

baba ramdev said youth should walk on yoga path not on agnipath
ଅଗ୍ନିପଥରେ ନୁହେଁ ଯୋଗପଥରେ ଚାଲ: ରାମଦେବ

ଡେରାଡୁନ: ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଦେଶବ୍ୟାପୀ ବିରୋଧ ଜାରି ରହିଛି । କେତେକ ରାଜ୍ୟରେ ସେନାରେ ଭର୍ତ୍ତି ଆଶାୟୀଙ୍କ ହିଂସା ଓ ପ୍ରତିବାଦ ମଧ୍ୟ ଦେଖିବାକୁ ମିଳିଛି । ଏହି ସମୟରେ ଯୋଗ ଗୁରୁ ବାବା ରାମଦେବ ଅଗ୍ନିପଥକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଦେଶର ଯୁବପିଢ଼ି ଅଗ୍ନିପଥ ପଥରେ ନୁହେଁ ବରଂ ଯୋଗ ପଥରେ ଚାଲିବା ଆବଶ୍ୟକ। ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ। ଯୋଗ ପଥରେ ଚାଲୁଥିବା ବ୍ୟକ୍ତି ଅହିଂସା ଉପାୟରେ ମଧ୍ୟ ବିରୋଧ କରିପାରନ୍ତି।

ବାବା ରାମଦେବ କହିଛନ୍ତି, ଯଦି ଅଗ୍ନିପଥ ଯୋଜନାରେ କୌଣସି ସଂସ୍କାର ଆଣିବାକୁ ହେବ ତେବେ ସରକାର ତାହା ନିଶ୍ଚୟ କରିବେ। ହିଂସାର ପନ୍ଥା ଆପଣାଇ ଦେଶର ସମ୍ପତ୍ତିକୁ ନଷ୍ଟ କରିବା ଏକ ବଡ଼ କ୍ଷତି। ଆନ୍ଦୋଳନକାରୀ ମାନେ ହିଂସାତ୍ମକ ଭାବେ ଯୋଜନାକୁ ବିରୋଧ କରି ସହ ଦେଶ ସେବା କରିବାକୁ ଚାହୁଁଛନ୍ତି। ଦେଶର ସମ୍ପତ୍ତି ନଷ୍ଟ କରି କିଭଳି ଦେଶ ସେବକ ହେବେ ବୋଲି ରାମଦେବ ପ୍ରଶ୍ନ କରିଛନ୍ତି। ରାମଦେବ ଆହୁରି ମଧ୍ୟ କହିଛନ୍ତି, ସେନାରେ ଭର୍ତ୍ତି ଆଶାୟୀମାନେ ଯୋଜନାକୁ ବିରୋଧ କରନ୍ତୁ, ହେଲେ ଅହିଂସା ଉପାୟରେ। ସେମାନେ ଧୈର୍ଯ୍ୟବାନ ହେବା ଆବଶ୍ୟକ, ଖୁବଶୀଘ୍ର ସରକାର ଏଥିପ୍ରତି ଏକ ବିହିତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details