ଲକ୍ଷ୍ନୌ:ଗୋଟିଏ ପରେ ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ ହେବାରେ ଲାଗିଛି ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜାମ ଖାନଙ୍କ ପରିବାର । ପୁଅ ଅବଦୁଲ୍ଲା ଆଜାମ ଖାନଙ୍କୁ ଦୁଇଟି 2017 ବିଧାନସଭା ନିର୍ବାଚନରେ ଜାଲି ଜନ୍ମ ପ୍ରମାଣପତ୍ର ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଏହା ସହ ଏହି ମାମଲାରେ ଆଜମ ଓ ତାଙ୍କ ପତ୍ନୀ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସମସ୍ତଙ୍କୁ 7 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଆଜି (ବୁଧବାର) ରାମପୁର ଏମପି/ଏମଏଲଏ କୋର୍ଟ ଏହି ମାମଲାର ଶୁଣାଣି କରି ପୁଅ ଅବଦୁଲ୍ଲାଙ୍କ ସମେତ ଆଜମ ଖାନ ଓ ପତ୍ନୀ ତାଜିନ ଫତିମାଙ୍କୁ 7 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ପ୍ରତ୍ୟେକଙ୍କୁ 15,000 ଟଙ୍କା ଜରିମାନା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଖାରଜ ହେଲା ଆଜମଙ୍କ ରିଭ୍ୟୁ ପିଟିସନ:-
ଦୁଇଟି ଜନ୍ମ ପ୍ରମାଣପତ୍ର ମାମଲାରେ ରାମପୁରର ସ୍ୱତନ୍ତ୍ର ଏମପି/ଏମଏଲଏ କୋର୍ଟ ପ୍ରତିପକ୍ଷ ଅର୍ଥାତ୍ ଆଜାମ ଖାନଙ୍କୁ 16 ଅକ୍ଟୋବର ପର୍ଯ୍ୟନ୍ତ ପକ୍ଷ କରିବାକୁ ସମୟ ଦେଇଥିଲେ । ତା’ପରେ 16 ତାରିଖ ଶୁଣାଣି ଆଜମଙ୍କ ପକ୍ଷରୁ ଆଉ କିଛି ଦିନ ସମୟ ମଗାଯାଇଥିଲା । ଯାହାକୁ କୋର୍ଟ ଖାରଜ କରିବା ସହ ଆଜି ରାୟ ପ୍ରକାଶ କରିଛନ୍ତି । ଆଜି ଶୁଣାଣିରେ କୋର୍ଟରେ ଆଜାମ ଖାନ ସପରିବାର ହାଜର ହୋଇଥିଲେ । ଏଥିରେ ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 7 ବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହା ବ୍ୟତୀତ ପ୍ରତ୍ୟେକଙ୍କୁ 15 ହଜାର ଟଙ୍କା ଲେଖାଏଁ ଜୋରିମାନା ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ପାଇଛନ୍ତି ।
କ’ଣ ଥିଲା ପୁରା ମାମଲା: