ଓଡିଶା

odisha

By

Published : Jul 24, 2022, 8:27 AM IST

Updated : Jul 24, 2022, 8:36 AM IST

ETV Bharat / bharat

ଆଜମ ଖାନଙ୍କ ଜୀବନ ପ୍ରତି ବିପଦ, ମାଗିଲେ Z ଶ୍ରେଣୀ ସୁରକ୍ଷା

Z ଶ୍ରେଣୀ ସୁରକ୍ଷା ଫେରାଇବାକୁ ଯୋଗୀ ସରକାରଙ୍କୁ ନିବେଦନ କଲେ ସପା ନେତା ଆଜମ ଖାନ । ଅଧିକ ପଢନ୍ତୁ

ଜୀବନ ପ୍ରତି ବିପଦ ଥିବାରୁ Z ସୁରକ୍ଷା ମାଗିଲେ ଆଜମ ଖାନ
ଜୀବନ ପ୍ରତି ବିପଦ ଥିବାରୁ Z ସୁରକ୍ଷା ମାଗିଲେ ଆଜମ ଖାନ

ଲକ୍ଷ୍ନୌ: ବରିଷ୍ଠ ସମାଜବାଦୀ ନେତା ଆଜମ ଖାନଙ୍କ ଜୀବନ ପ୍ରତି ବିପଦ ରହିଛି । ତାଙ୍କୁ ଓ ତାଙ୍କ ପରିବାରକୁ ଅନେକ ସମୟରେ ଧମକ ମିଳୁଛି । ବର୍ତ୍ତମାନ ସମୟରେ ତାଙ୍କୁ ମିଳୁଥିବା Y ଶ୍ରେଣୀ ସୁରକ୍ଷା କୌଣସି କାମକୁ ନୁହେଁ । ଶନିବାର ଗଣମାଧ୍ୟମ ଆଗରେ ଏପରି କହିଛନ୍ତି ବରିଷ୍ଠ ସପା ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନ । ତାଙ୍କ ଜୀବନ ପ୍ରତି ବିପଦ ଦର୍ଶାଇ ସେ ରାଜ୍ୟ ସରକାରଙ୍କୁ ତାଙ୍କ Z ଶ୍ରେଣୀ ସୁରକ୍ଷା ଫେରସ୍ତ କରିବାକୁ ନିବେଦନ କରିଛନ୍ତି ।

ଆଜମ ଖାନ କହିଛନ୍ତି ଯେ,''ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ଆସିବା ପରେ ୨୦୧୭ରେ ଗୋଟିଏ ସୁରକ୍ଷା କମିଟି ବୈଠକ ବସିଥିଲା । ଏଥିରେ ଅନେକ ବିଧାୟକଙ୍କ ସୁରକ୍ଷା ବ୍ୟବସ୍ଥାକୁ କୋହଳ କରାଯାଇଥିଲା । Y ଶ୍ରେଣୀ ସୁରକ୍ଷାରେ ୧୧ ଜଣ ପୋଲିସ ଏବଂ ପାରାମିଲିଟାରୀ ଯବାନ ମୁତୟନ ହୋଇଥାନ୍ତି । ଯେତେବେଳେ କି, Z ଶ୍ରେଣୀ ସୁରକ୍ଷାରେ ୨୮ ଜଣ ସୁରକ୍ଷାକର୍ମୀ ସୁରକ୍ଷା ପ୍ରଦାନ କରିଥାନ୍ତି । ଯେହେତୁ ତାଙ୍କୁ ଓ ତାଙ୍କ ପରିବାରକୁ ଅନେକ ଧମକ ମିଳୁଛି ତେଣୁ Z ଶ୍ରେଣୀ ସୁରକ୍ଷା ଫେରସ୍ତ କରିବାକୁ ବରିଷ୍ଠ ସପା ନେତା ଯୋଗୀ ସରକାରଙ୍କୁ ନିବେଦନ କରିଛନ୍ତି ।

Last Updated : Jul 24, 2022, 8:36 AM IST

ABOUT THE AUTHOR

...view details