ଓଡିଶା

odisha

ETV Bharat / bharat

Ayodhya Ram Mandir: ପ୍ରାଚୀନ ରାମ ମନ୍ଦିର ମୂର୍ତ୍ତି ଫଟୋ ସେୟାର କଲେ ଚମ୍ପତ ରାଏ, ASI ଖନ୍ନନ ସମୟରେ ମିଳିଥିଲା - ଶ୍ରୀରାମ ମନ୍ଦିର ଅଯୋଧ୍ୟା

ପ୍ରଭୁ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ଜୋରଦାର ଆଗେଇ ଚାଲିଛି ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ । ଏହା ମଧ୍ୟରେ ଶ୍ରୀ ରାମ ଜନ୍ମଭୂମି ତ୍ରୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏକ ଫଟୋକୁ ସୋସିଆଲ ମିଡ଼ିଆରେ ସାୟାର କରିଛନ୍ତି । ଅଧିକ ପଢ଼ନ୍ତୁ

ପ୍ରାଚୀନ ଅବଶେଷ ଫଟୋ
ପ୍ରାଚୀନ ଅବଶେଷ ଫଟୋ

By ETV Bharat Odisha Team

Published : Sep 13, 2023, 5:36 PM IST

ଲକ୍ଷ୍ନୌ: ପ୍ରଭୁ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ଜୋରଦାର ଆଗେଇ ଚାଲିଛି ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ। ଏହା ମଧ୍ୟରେ ଶ୍ରୀରାମ ଜନ୍ମଭୂମି ତ୍ରୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାଏ ଏକ ଫଟୋକୁ ସୋସିଆଲ ମିଡ଼ିଆରେ ସାୟାର କରିଛନ୍ତି। ତେବେ ସେହି ଫଟୋରୁ ପ୍ରମାଣ ହେଉଛି ଯେ, ମାଟି ତଳେ ପୋତି ହୋଇ ରହିଥିବା ପ୍ରାଚୀନ ଅବଶେଷ ବା ମୂର୍ତ୍ତି ଏବଂ ସ୍ତମ୍ଭ ଗୁଡିକ ଭଗବାନ ରାମଙ୍କ ଭବ୍ୟ ମନ୍ଦିରର ଥିଲା । ତେବେ ଏଏସଆଇର ଖନ୍ନନ ସମୟରେ ମାଟି ତଳୁ ବାହାରି ଥିବା ଏହି ଅବଶେଷର ଫୋଟକୁ ସୋସିଆଲ ମିଡ଼ିଆରେ ସେୟାର କରାଯାଇଛି।

ତେବେ ଏହି ଫୋଟରେ ସ୍ପଷ୍ଟ ଦେଖାଯାଉଛି ଯେ, ମାଟି ତଳୁ ଉଦ୍ଧାର କରାଯାଇଥିବା ପଥର ଖଣ୍ଡ ଉପରେ ବିଭିନ୍ନ ଦେବା ଦେବୀଙ୍କର ଚିତ୍ର ରହିଛି। ଏହାସହ ଏଠାରେ ଏକ ବିଶାଳକାୟ ଚକ୍ର ଏବଂ ଶଙ୍ଖ ଆକୃତିର ପଥର ରହିଛି। ତେବେ ଏଥିରୁ ପ୍ରମାଣିତ ହେଉଛି ଭବ୍ୟ ରାମ ମନ୍ଦିର ନିର୍ମାଣ ହେଉଥିବା ସ୍ଥାନରେ ଭଗବାନ ରାମଙ୍କ ପ୍ରଚୀନ ମନ୍ଦିର ରହିଥିଲା। ଯାହାର ଅବଶେଷ ଏବେ ମାଚି ତଳୁ ଉଦ୍ଧାର ହୋଇଛି।

ଏହା ମଧ୍ୟ ପଢ଼ନ୍ତୁ...Ayodhya Ram Mandir Inauguration: 22 ଜାନୁୟାରୀରେ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ !

ତେବେ 2024 ଜାନୁଆରୀରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦଘାଟନ ହେବ। ଯାହାକୁ ନେଇ ରାମ ଜନ୍ମଭୂମି ପରିଶରରେ ଶ୍ରୀରାମ ଜନ୍ମଭୂମି ତ୍ରୀଥକ୍ଷେତ୍ର ଟ୍ରଷ୍ଟ ମାଧ୍ୟମରେ ରାମ ଭକ୍ତଙ୍କ ସହାୟତାରେ ଭବ୍ୟ ଦିବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ସେପଟେ 2023 ଡିସେମ୍ବର ମାସ ମଧ୍ୟରେ ରାମ ମନ୍ଦିରର ଗ୍ରାଉଣ୍ଡ ଫ୍ଲୋରର କାମକୁ ସମ୍ପର୍ଣ୍ଣ କରିବା ସହ ଏହାର ପ୍ରଥମ ମହଲାର ମଧ୍ୟ ଅଧିକରୁ ଅଧିକ ନିର୍ମାଣ କାର୍ଯ୍ୟ ପୁରା କରୁବାକୁ ଲକ୍ଷ୍ୟ ରଖାଯାଇଛି।

ଏହା ମଧ୍ୟ ପଢ଼ନ୍ତୁ...Ayodhya: ଆସନ୍ତାବର୍ଷ ଜାନୁଆରୀରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ, ପ୍ରଧାନମନ୍ତ୍ରୀଙ୍କୁ ଗଲା ନିମନ୍ତ୍ରଣ

ସେହିପରି ଆସନ୍ତା 2025 ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ମନ୍ଦିର ଏବଂ ଏହାର ପରିଶରର ନିର୍ମାଣ କାର୍ଯ୍ୟ କରାଯିବାର ଯୋଜନା ରହିଛି। ଯାହା ପାଇଁ କାର୍ଯ୍ୟକାରୀ ସଂସ୍ଥା ଲାର୍ସେନ ଆଣ୍ଡ ଟ୍ୟୁବ୍ରୋ ଏବଂ ଟେକ୍ନିକ ସହଯୋଗି ଟାଟା କନ୍ସଲ୍ଟେଲ୍ସିର ବିଶେଷଜ୍ଞମାନେ ଦିନ ରାତି ପରିଶ୍ରମ କରୁଛନ୍ତି। ଏହା ମଧ୍ୟରେ ରାମ ଜନ୍ମଭୂମି ତ୍ରୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପକ ରାୟଙ୍କ ଦ୍ବାରା ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏହି ପ୍ରଚୀନ ଅବଶେଷର ଫଟୋ ରାମ ଭକ୍ତମାନଙ୍କ ବିଶ୍ବାସକୁ ଆହୁରି ଦୃଢ଼ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details