ଶ୍ରୀନଗର:ଜମ୍ମୁକାଶ୍ମୀରର ଗାଣ୍ଡରବାଲ ଜିଲ୍ଲାର ସୋନମାର୍ଗରେ ଖସିଲା ବରଫ ଅତଡା । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେହି ଆହତ ହୋଇଥିବା ସୂଚନା । ନିଳଗ୍ରଥ ନିକଟରେ ଥିବା ଜୋଜିଲା ଟନେଲ ଉପରେ ବରଫ ଅତଡା ଖସି ହିମସ୍ଖଳନ ହୋଇଥିବା ଜଣାପଡିଛି । ଦୁଇ ମୃତ ଦୁଇ ମୃତକ ହେଉଛନ୍ତି ସନ୍ଦିପ ସିଂ ଓ ବାଲ କ୍ରିଷ୍ଣା । ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ଜଣେ ଅଧିକାରୀ କହିଛନ୍ତି ଯେ,'' ଜୋଜିଲା ଟଲେନ ନିକଟରେ ଗତକାଲି ବରଫ ଅତଡା ଖସି ହିମସ୍ଖଳନ ହୋଇଥିଲା । ଫଳରେ ଟନେଲ ନିକଟରେ କାମ କରୁଥିବା ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ହିମସ୍ଖଳନ ହୋଇଥିବା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ପୋଲିସ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ, ସେନା, ବିକନ୍ ଏବଂ ଏମଇଆଏଲ ଟିମ୍ ନିୟୋଜିତ ହୋଇଛନ୍ତି, ବର୍ତ୍ତମାନ ସୁଦ୍ଧା କେହି ଆହତ ହୋଇଛନ୍ତି ନା ନାହିଁ ତାହା ମଧ୍ୟ ଅସ୍ପଷ୍ଟ ରହିଛି, ଉକ୍ତ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ''
ତେବେ ଗତକାଲି (ଗୁରୁବାର) ଗାଣ୍ଡରବାଲରେ ହିସ୍ଖଳନ ହୋଇଥିଲା । ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଜୋଜିଲା ଟଲେନ ଉପରେ ବରଫ ଅତଡା ଖସିପଡିଥିବା ଭିଡିଓଏରେ ଦେଖିବାକୁ ମିଳିଛି । ପ୍ରଥମେ କେହି ମୃତାହତ ହୋଇନଥିବା କୁହାଯାଉଥିବା ବେଳେ ପରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏନେଇ ଖବର ପାଇଁ ଘଟଣା ସ୍ଥଳରେ ବିଆରଓ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।