ଥିରୁଅନନ୍ତପୁରମ:ହିନ୍ଦୀରେ ଗୋଟିଏ କଥା ଅଛି "ଉପରୱାଲା ଜବ୍ ଭି ଦେତା ହୈ, ଛପଡ଼ ଫାଡ଼୍କେ ଦେତା ହୈ ।" ଏହାର ଏକ ଉଦାହରଣ କେରଳରେ ଦେଖିବାକୁ ମିଳିଛି । ଏଠାରେ ଜଣେ ଅଟୋ ଚାଳକ ୨୫ କୋଟି ଟଙ୍କାର ଓନାମ୍ ବମ୍ପର ଲଟେରୀ ଜିତିଛନ୍ତି (Auto driver cum chef wons 25 crore rupees )। ଯିଏକି ମାଲେସିଆ ଯାଇ ଜଣେ ରୋଷେୟା ଭାବେ କାର୍ଯ୍ୟ କରିବାକୁ ୩ ଲକ୍ଷ ଟଙ୍କାର ଲୋନ୍ ଆବେଦନ କରିଥିଲେ ।
କେରଳର ଶ୍ରୀବରହମ୍ ଅଞ୍ଚଳ ବାସିନ୍ଦା ହେଉଛନ୍ତି ଲଟେରୀ ବିଜେତା ଅନୁପ । ଅନୁପ ଦୀର୍ଘ ୨୨ ବର୍ଷ ହେଲା ଲଟେରୀ ଟିକେଟ୍ କିଣି ଆସୁଛନ୍ତି । ଏଥର ଲେଟେରୀ ଟିକେଟ କିଣିବା ପୂର୍ବରୁ ସେ କିଛି ନିଆରା ନମ୍ବର କିଣି ନେବେ ବୋଲି ଭାବିଥିଲେ । ଅନୁପ୍ଙ୍କ ଲେଟେରୀ ନମ୍ବର ହେଉଛି TJ 750605 । ଗତ ଶନିବାର ଲଟେରୀ ଟିକେଟ୍ ବିଜେତାଙ୍କ ନାମ ଘୋଷଣା ହୋଇଥିଲା । ଅନୁପ ଏହି ଲଟେରୀର ପ୍ରଥମ ବିଜେତା ଭାବରେ ୨୫ କୋଟି ଟଙ୍କା ଜିତିଛନ୍ତି । ତେବେ ଲଟେରୀ ଟିକେଟ କିଣିବା ପାଇଁ ତାଙ୍କ ପାଖରେ ଅର୍ଥର ଅଭାବ ରହିଥିଲା ଏବଂ ସେ ତାଙ୍କ କୁମ୍ପି ଭାଙ୍ଗି ଟଙ୍କା ଯୋଗାଡ କରି ଲଟେରୀ ଟିକେଟ କଣିଥିଲେ । ସେ 50 ଟଙ୍କା ଦେଇ ଗୋଟିଏ ଟିକେଟ କିଣିଥିଲେ ।
ଲଟେରୀ ଜିତିବା ପରେ ଅନୁପଙ୍କୁ ବ୍ୟାଙ୍କ୍ ଆପ୍ରୁଭ୍ ହୋଇଥିବା ନେଇ ବ୍ୟାଙ୍କ୍ରୁ ଫୋନ୍ ଆସିଥିଲା । ତେବେ ସେ ଲୋନ୍ ନେବାକୁ ମନା କରି ଦେଇଛନ୍ତି । ଏହାପରେ ସେ ମାଲେସିଆ ଯିବା ଯୋଜନାକୁ ମଧ୍ୟ ବଦଳାଇ ଦେଇଛନ୍ତି । ଏହାପୂର୍ବରୁ କିଣୁଥିବା ଲଟେରୀ ଟିକେଟ୍ରେ ଅନୁପଙ୍କୁ କେବଳ ୧୦୦, ୫୦୦ ଅଧିକରୁ ଅଧିକ ୫୦୦୦ ଟଙ୍କା ପୁରସ୍କାର ଭାବରେ ମିଳିଥିଲା ।