ଓଡିଶା

odisha

By

Published : Nov 2, 2021, 10:34 AM IST

ETV Bharat / bharat

କୋଭାକ୍ସିନକୁ ଅଷ୍ଟ୍ରେଲିଆ ସରକାରଙ୍କ ଗ୍ରୀନ ସିଗନାଲ

ଭାରତକୁ ଆଉ ଏକ ସଫଳତା । ଭାରତ ବାୟୋଟେକରେ ତିଆରି କୋରୋନା ପ୍ରତିଶେଧକ ଟିକା କୋଭାକ୍ସିନକୁ ଅନୁମତି ଦେଇଛନ୍ତି ଅଷ୍ଟ୍ରେଲିଆ ସରକାର । ଅଧିକ ପଢନ୍ତୁ...

କୋଭାକ୍ସିନକୁ ଅଷ୍ଟ୍ରେଲିଆ ସରକାରଙ୍କ ଗ୍ରୀନ ସିଗନାଲ
କୋଭାକ୍ସିନକୁ ଅଷ୍ଟ୍ରେଲିଆ ସରକାରଙ୍କ ଗ୍ରୀନ ସିଗନାଲ

ନୂଆଦିଲ୍ଲୀ:ଭାରତକୁ ଆଉ ଏକ ସଫଳତା । ଭାରତ ବାୟୋଟେକରେ ତିଆରି କୋରୋନା ପ୍ରତିଶେଧକ ଟିକା କୋଭାକ୍ସିନକୁ ଅନୁମତି ଦେଇଛନ୍ତି ଅଷ୍ଟ୍ରେଲିଆ ସରକାର । ଅଷ୍ଟ୍ରେଲିଆରେ ଭାରତର ହାଇ କମିଶନର ବରୀ ଓ' ଫରେଲ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ।

ଅଷ୍ଟ୍ରେଲିଆ ଟିକାକୁ ମଞ୍ଜୁର କରିବା ପରେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ସ୍କଟ ମୋରିସଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ କୋଭାକ୍ସିନକୁ ମଞ୍ଜୁର କରିଥିବାରୁ ମୁଁ ସ୍କଟମୋରିସଙ୍କୁ ଧନ୍ୟବାଦ ଜଣାଉଛି ଏହା ଦୁଇ ଦେଶ ମଧ୍ୟରେ କୋଭିଡ ପରବର୍ତ୍ତୀ ସହଭାଗିତା ପାଇଁ ଏକ ଭଲ ପଦକ୍ଷେପ ବୋଲି ଟ୍ବିଟ କରି କହିଛନ୍ତି ମୋଦି ।

କୋଭାକ୍ସିନ୍ ଅଷ୍ଟ୍ରେଲିଆ ସରକାରଙ୍କ ଠାରୁ ଏହି ଗ୍ରୀନ ସିଗନାଲ ପାଇଛି ଯେଉଁ ସମୟରେ ସ୍ବଦେଶୀ ଟିକା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅନୁମୋଦନ ପାଇଁ ଅନେକ ସପ୍ତାହ ଅପେକ୍ଷା କରିଛି । ଏହି ଟିକାକୁ ଅନୁମୋଦନ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅଧିକ ସୂଚନା ମାଗିଛି । WHO କହିଛି ଯେ ଆଉ କିଛି ସୂଚନା ଆବଶ୍ୟକ । କେବଳ ସେହି ଆଧାରରେ ଟିକା ବ୍ୟବହାର ପାଇଁ ଅନୁମୋଦନ ଦିଆଯାଇପାରିବ ।

ନଭେମ୍ବର ୩ତାରିଖରେ ଏନେଇ ପରବର୍ତ୍ତୀ ବୈଠକ ବସିବ। ଏଥିରେ କୋଭାକ୍ସିନ୍‌କୁ ନେଇ ଆଲୋଚନା କରିବ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ। ଏପ୍ରିଲ୍ ୧୯ ତାରିଖରେ କୋଭାକ୍ସିନ୍‌ର ଜରୁରିକାଳୀନ ଅନୁମତି ପାଇଁ WHO ନିକଟରେ ଆବେଦନ କରିଥିଲା ଭାରତ ବାୟୋଟେକ୍ ।

@ANI

ABOUT THE AUTHOR

...view details