ଓଡିଶା

odisha

ETV Bharat / bharat

ଆଜିଠାରୁ ୫ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ - ପର୍ବପର୍ବାଣୀ

ଦେଶରେ କିଛି ରାଜ୍ୟରେ ଆଜିଠାରୁ ୫ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ । ଅଧିକ ପଢନ୍ତୁ...

ଆଜିଠାରୁ ୫ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ
ଆଜିଠାରୁ ୫ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ

By

Published : Aug 19, 2021, 1:39 PM IST

ନୂଆଦିଲ୍ଲୀ: ଦେଶରେ କିଛି ରାଜ୍ୟରେ ଆଜି ଠାରୁ ୫ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ । ଆଜି ଠାରୁ ଆଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ଗୁଡିକ ବନ୍ଦ ରହିବ । ପର୍ବପର୍ବାଣୀ ହେତୁ ଲଗାତାର ୫ଦିନ ବ୍ୟାଙ୍କ ଗୁଡିକ କିଛି ରାଜ୍ୟରେ ଖୋଲିବ ନାହିଁ । ନଜର ପକାନ୍ତୁ କେଉଁ କେଉଁ ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ ।

ଅଗଷ୍ଟ ୧୯ -ଆଜି ତ୍ରିପୁରା, ଗୁଜୁରାଟ, ପଞ୍ଜାବ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ ଭଳି ଅନେକ ରାଜ୍ୟରେ ଆଜି ବନ୍ଦ ରହିଛି ବ୍ୟାଙ୍କ । ମହରମ କାରଣରୁ ଆଜି ଏହି ରାଜ୍ୟ ଗୁଡିକରେ ବ୍ୟାଙ୍କ ବନ୍ଦ ରହିଛି ।

ଅଗଷ୍ଟ ୨୦-ଆସନ୍ତାକାଲି ଓନମ ପର୍ବ ପାଇଁ କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।

ଅଗଷ୍ଟ ୨୧-ତ୍ରିଭୋନମ ଉତ୍ସବ ଯୋଗୁଁ କେରଳରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ ।

ଅଗଷ୍ଟ ୨୨-ଏହି ଦିନ ରକ୍ଷାବନ୍ଧନ ଓ ସାପ୍ତାହିକ ଛୁଟି ହେତୁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।

ଅଗଷ୍ଟ ୨୩- ଏହି ଦିନ ଶ୍ରୀ ନାରାୟଣ ଗୁରୁ ଜୟନ୍ତୀ ଯୋଗୁଁ କେରଳରେ ବ୍ୟାଙ୍କଗୁଡିକ ପୁଣି ବନ୍ଦ ରହିବ ।

ତେବେ ଆଗକୁ ମଧ୍ୟ ଅଗଷ୍ଟ ୨୮ରେ ମାସର ଶେଷ ଶନିବାର ପଡୁଥିବାରୁ ଦେଶରେ ବ୍ୟାଙ୍କ ବନ୍ଦ ରହିବ । ଏଥି ସହ ଏହା ପର ଦିନ ରବିବାର ପଡୁଥିବାରୁ ବ୍ୟାଙ୍କ ମଧ୍ୟ ବନ୍ଦ ରହିବ । ଅଗଷ୍ଟ ୩୦ରେ ଜନ୍ମାଷ୍ଟମୀ ଯୋଗୁଁ ଅନେକ ସହରରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ ।

ABOUT THE AUTHOR

...view details