ଓଡିଶା

odisha

ETV Bharat / bharat

ମେ ସୁଦ୍ଧା ନିଲାମ ହେବ 5G Spectrum

ଆରମ୍ଭ ହେବ ବହୁ ପ୍ରତୀକ୍ଷିତ 5G ସ୍ପେକ୍ଟ୍ରମ ନିଲାମ ପ୍ରକ୍ରିୟା । ସ୍ପେକ୍ଟ୍ରମ ନିଲାମଧାରା ନେଇ ଯଦି ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ(TRAI) ମାର୍ଚ୍ଚରେ ବିଭିନ୍ନ ପ୍ରସ୍ତାବ ପ୍ରଦାନ କରେ ତେବେ ମେ ସୁଦ୍ଧା ନିଲାମ ହେବ ବୋଲି ଟେଲିକମ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଗତକାଲି(ରବିବାର) ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ମେ ସୁଦ୍ଧା ନିଲାମ ହେବ ୫ଜି ସ୍ପେକ୍ଟ୍ରମ
ମେ ସୁଦ୍ଧା ନିଲାମ ହେବ ୫ଜି ସ୍ପେକ୍ଟ୍ରମ

By

Published : Feb 14, 2022, 1:28 PM IST

ନୂଆଦିଲ୍ଲୀ:ଆରମ୍ଭ ହେବ ବହୁ ପ୍ରତୀକ୍ଷିତ 5G ସ୍ପେକ୍ଟ୍ରମ ନିଲାମ ପ୍ରକ୍ରିୟା । ସ୍ପେକ୍ଟ୍ରମ ନିଲାମଧାରା ନେଇ ଯଦି ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ(TRAI) ମାର୍ଚ୍ଚରେ ବିଭିନ୍ନ ପ୍ରସ୍ତାବ ପ୍ରଦାନ କରେ ତେବେ ମେ ସୁଦ୍ଧା ନିଲାମ ହେବ ବୋଲି ଟେଲିକମ ବିଭାଗର ଜଣେ ବରିଷ୍ଠ ଅଧିକାରି ଗତକାଲି(ରବିବାର) ସୂଚନା ଦେଇଛନ୍ତି ।

ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଥିଲେ ଯେ, ନିଲାମ ପ୍ରକ୍ରିୟାକୁ ନିୟନ୍ତ୍ରଣ କରୁଥିବା ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ଏହି ପ୍ରସଙ୍ଗରେ ବିଚାରବିମର୍ଶ ଜାରି ରଖିଛି ଏବଂ ଫେବୃଆରୀ ୨୦୨୨ ସୁଦ୍ଧା ଏନେଇ ରିପୋର୍ଟ ଦାଖଲ ଶେଷ ହେବ । ଅତି ବେଶିରେ ଏହା ମାର୍ଚ୍ଚ ପର୍ଯ୍ୟନ୍ତ ବିଳମ୍ବ ହୋଇପାରେ । ନିଲାମ ଯେପରି ତ୍ବରାନ୍ବିତ ହୋଇପାରିବ ସେ ନେଇ TRAI ପକ୍ଷରୁ ବିଭିନ୍ନ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଇଛି ।

ଏହି ୫ଜି ସ୍ପେକ୍ଟ୍ରମରେ ଉଭୟ ୫ଜି ଓ ୪ଜି ନେଟଓ୍ବାର୍କ ବ୍ୟବହାର ସୁବିଧା ରହିବ । ତେଣୁ ଏହି ନିଲାମ ବ୍ୟବସ୍ଥାକୁ କେବଳ ସ୍ବଳ୍ପ ମିଆଦି ନୁହେଁ ବରଂ ଦୀର୍ଘ ମିଆଦି ଅବଧି ଭାବେ କାର୍ଯ୍ୟକାରୀ କରିବାକୁ ଭାରତ ସରକାର ବିଚାର କରୁଛନ୍ତି । ଏହାର ନିଲାମର ଅବଧି ଅତିକମରେ ୫-୧୦ ବର୍ଷ ହେବା ନେଇ ବିଚାର କରାଯାଉଥିବା କହିଛନ୍ତି ଅଶ୍ବିନୀ ।

ନିଲାମର ବିଡିଂ ପାଇଁ ସରକାର ପୂର୍ବରୁ ୨ରୁ ୪ ମାସ ସମୟ ନେଉଥିଲେ । ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ ଠାରୁ ପ୍ରସ୍ତାବ ପାଇବା ପରେ ନିଲାମ ପାଇଁ ଦୁଇମାସ ଲାଗିବ ବୋଲି ଟେଲିକମ ସଚିବ ରାଜାରମଣ କହିଛନ୍ତି ।

ସୂଚନା ମୁତାବକ, ୪ଜି ନେଟଓ୍ବାର୍କ ଅପେକ୍ଷା ୫ଜିର ଡାଉନଲୋଡ ସ୍ପିଡ ୧୦ଗୁଣା ଅଧିକ । TRAI ପକ୍ଷରୁ ଦିଆଯାଇଥିବା ବିଭିନ୍ନ ପ୍ରସ୍ତାବକୁ ବିଭିନ୍ନ ଦିଗରୁ ଟେଲିକନ କମିଶନ ପ୍ରଥମେ ବିଚାର କରିବେ ପରେ ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ପାଇଁ ପଠାଯିବ । ୫ଜି ସ୍ପେକ୍ଟ୍ରମ କନ୍ସଲଟେସନରେ ଭାଗ ନେଇଥିବା ଅଶିଂଦାରୀଙ୍କ ମତଦାନ ସମୟସୀମା ଚଳିତ ମାସ ୧୫ ତାରିଖ ରହିଛି ।

ABOUT THE AUTHOR

...view details