ଓଡିଶା

odisha

ETV Bharat / bharat

ମସଜିଦ ଉପରକୁ ପତାକା ଫୋପାଡିଲେ ଦୁର୍ବୃତ୍ତ, CCTV ଆଧାରରେ ତଦନ୍ତ ଜାରି

ବିହାର ମୁଜାଫରପୁରରେ ଚାପା ଉତ୍ତେଜନା । ସାମାଜିକ ସୌହାର୍ଦ୍ଦ୍ୟ ବିଗାଡିବା ପାଇଁ ଉଦ୍ୟମ । ଏ ନେଇ କିଛି ଲୋକଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି । ଅଧିକ ପଢନ୍ତୁ

ମୁଜାଫାରପୁରରୁ ସାମାଜିକ ସୌହାର୍ଦ୍ଦ୍ୟ ବିଗାଡିବାକୁ ଉଦ୍ୟମ
ମୁଜାଫାରପୁରରୁ ସାମାଜିକ ସୌହାର୍ଦ୍ଦ୍ୟ ବିଗାଡିବାକୁ ଉଦ୍ୟମ

By

Published : Apr 13, 2022, 12:22 PM IST

ପାଟନା: ବିହାର ମୁଜାଫରପୁରରେ ଚାପା ଉତ୍ତେଜନା । ସାମାଜିକ ସୌହାର୍ଦ୍ଦ୍ୟ ବିଗାଡିବା ପାଇଁ ଉଦ୍ୟମ । ପୋଲିସ ଓ ସ୍ଥାନୀୟ ପ୍ରଶାସନର ଉଦ୍ୟମରେ ସାମାଜିକ ସୌହାର୍ଦ୍ଦ୍ୟ ବିଗାଡିବା ବିଫଳ ହୋଇଛି । ଏ ନେଇ କିଛି ଲୋକଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି । ରାମନବମୀରେ ପାରୁ ଏବଂ କଥେୟା ଥାନା ଅଞ୍ଚଳରେ ସମ୍ପ୍ରଦାୟକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

ରାମନବମୀରେ କିଛି ଆସାମାଜିକ ଲୋକ ମସଜିଦ ଉପରକୁ ପତାକା ଫିଙ୍ଗିଥିଲେ । ଫଳରେ ଦାନାପୁରରେ ସ୍ଥିତି ବିଗିଡିଥିଲା । ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ଶାନ୍ତି ବୈଠକ କରି 4 ଯୁବକଙ୍କୁ ବାନ୍ଧିଥିଲା ପୋଲିସ । ଏହାବାଦ ଅନ୍ୟ କିଛି ଲୋକଙ୍କ ନାମରେ ମାମାଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ଏସିଡିଏମ ବ୍ରୁଜେଶ କୁମାର କହିଛନ୍ତି କିଛି ଅସାମାଜିକ ଲୋକ ସାମାଜିକ ସୌହାର୍ଦ୍ଦ୍ୟକୁ ବିଗାଡିବାକୁ ଉଦ୍ୟମ କରିଛନ୍ତି । ଭିଡିଓକୁ ଆଧାର କରି ତଦନ୍ତ ଜାରି ରହିଛି । ଅନ୍ୟମାନଙ୍କୁ ଚିହ୍ନଟ କରିବାର ପ୍ରକ୍ରିୟା ଚାଲିଛି । ଯେଉଁମାନେ ଆଇନକୁ ହାତକୁ ନେବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଛଡା ଯିବ ନାହିଁ । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details