ଓଡିଶା

odisha

By

Published : Apr 20, 2023, 6:27 PM IST

ETV Bharat / bharat

Atiq-Ashraf murder case: କ୍ରାଇମ ସିନ୍‌ ରିକ୍ରିଏସନ କଲା SIT

ପ୍ରୟାଗରାଜ ହସ୍ପିଟାଲ ପରିସରରେ କ୍ରାଇମ ସିନ ରିକ୍ରିଏସନ କଲା ପୋଲିସ । ଏବେବି ଫେରାର ଅତିକର ପତ୍ନୀ ସହିସ୍ତା । ଅଧିକ ପଢନ୍ତୁ

Atiq-Ashraf murder case: କ୍ରାଇମ ସିମ ରିକ୍ରିଏସନ କଲା SIT
Atiq-Ashraf murder case: କ୍ରାଇମ ସିମ ରିକ୍ରିଏସନ କଲା SIT

ଲକ୍ଷ୍ନୌ:ମାଫିଆ ଅତିକ ଅହମ୍ମଦ ଓ ତାର ଭାଇ ଅଶରଫ ଅହମ୍ମଦ ହତ୍ୟାର କ୍ରାଇମ ସିନ୍‌ ରିକ୍ରିଏସନ୍‌ କରିଛି ଉତ୍ତର ପ୍ରଦେଶ ପୋଲିସ । ହତ୍ୟାକାଣ୍ଡର ତଦନ୍ତ ପାଇଁ ପୋଲିସ ଗଠନ ହୋଇଥିବା ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମ୍‌(SIT) ଆଜି ପୋଲିସ ଅଧିକାରୀଙ୍କୁ ନେଇ ଏକ ଡେମୋ କ୍ରାଇମ୍‌ ସିନ୍‌ ରିକ୍ରିଏସନ କରିଛି । ଏହି ସମୟରେ ଘଟଣାର ତଦନ୍ତ ପାଇଁ ଉତ୍ତର ପ୍ରଦେଶ ସରକାର ଗଠନ କରିଥିବା ନ୍ୟାୟିକ ଆୟୋଗର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ ।

3 ହତ୍ୟାକାରୀ ପୋଲିସ କଷ୍ଟଡିରେ କିପରି ଦୁଇ ମାଫିଆ ଭାଇଙ୍କୁ ହତ୍ୟା କଲେ ସେନେଇ ପୋଲିସ ଅଧିକାରୀମାନେ ଡେମୋ ଦେଖାଇଛନ୍ତି । ଘଟଣାସ୍ଥଳରେ ଅତିକ ଓ ଅଶରଫର ଦୁଇ ପ୍ରତିକାତ୍ମକ ପୁତ୍ତଳିକା ରଖାଯାଇଥିଲା । ଉକ୍ତ ଦିନ ହତ୍ୟାକାଣ୍ଡର ପ୍ରତ୍ୟେକ୍ଷଦର୍ଶୀ ପୋଲିସ ଅଧିକାରୀମାନଙ୍କ ମଧ୍ୟରୁ 3 ଜଣ ଅଭିଯୁକ୍ତଙ୍କ ଭୂମିକାରେ ଗୁଳି ଚଳାଇବାର ଡେମୋ ଦେଖାଇଥିଲେ । ଅନ୍ୟ ପୋଲିସ କର୍ମଚାରୀମାନେ ତାଙ୍କୁ କାବୁ କରିଥିଲେ ।

ଆଜି ପୂର୍ବାହ୍ନରେ 3 ହତ୍ୟାକାରୀଙ୍କ ମଧ୍ୟରୁ ଅନ୍ୟତମ ଲଭଲେଶ ତିଓ୍ବାରୀର 3 ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଏହି ହତ୍ୟାକାଣ୍ଡରେ ଲଭେଲେଶକୁ ସହଯୋଗ କରିବାରେ ସେମାନଙ୍କ ସକ୍ରିୟ ଭୂମିକା ରହିିଥିବା ପୋଲିସ ନିକଟରେ ସୂଚନା ପହଞ୍ଚିବା ପରେ ସେମାନଙ୍କୁ ଧରିବା ପାଇଁ ପୋଲିସ ଅପରେସନ୍‌ ଆରମ୍ଭ କରିଥିଲା । ସେମାନଙ୍କ ଲୋକେସନ ଟ୍ରାକ କରାଯିବା ପରେ ଆଜି ବାନ୍ଦା ରେଲଓ୍ବେ ଷ୍ଟେସନରୁ ସେମାନଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ପୋଲିସ ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ଦେଇନଥିବା ବେଳେ କୌଣସି ଅଜ୍ଞାତ ସ୍ଥାନକୁ ନେଇ ଜେରା ଆରମ୍ଭ କରିଛି ।

ଏବେ ଉମେଶ ପାଲ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ଅତିକର ଫେରାର ପତ୍ନୀ ସହିସ୍ତା ପରବିନକୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଆଜି ଗୁଇନ୍ଦା ବିଭାଗର ସୂଚନା ଅନୁସାରେ ହମିରପୁର ଓ କାସଗଞ୍ଜ ଏରିଆରେ ଏସଆଇଟି ଟିମ ଚଢାଉ କରିଥିଲା । ଏଥିରେ ଡ୍ରୋନ କ୍ୟାମେରା ମଧ୍ୟ ବ୍ୟବହାର କରିଥିଲା ପୋଲିସ । ହେଲେ ଅତିକର ପତ୍ନୀ ସହିସ୍ତା ସମ୍ପର୍କରେ କୌଣସି ସୂଚନା ପୋଲିସ ପାଇନଥିଲା । ସହିସ୍ତା ଉତ୍ତର ପ୍ରଦେଶରେ ହିଁ ଆତ୍ମଗୋପନ କରିଥିବା ପୋଲିସ ସନ୍ଦେହ କରୁଛି ।

ଏପ୍ରିଲ 16ରେ ସମସ୍ତ 3 ହତ୍ୟାକାରୀଙ୍କୁ 14 ଦିନିଆ ରିମାଣ୍ଡରେ ପଠାଯାଇଥିଲା । ପରେ ଅଧିକ ଜେରା ପାଇଁ ସେମାନଙ୍କୁ 4 ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଥିଲା । 15 ତାରିଖ (ଶନିବାର) ରାତିରେ ପ୍ରୟାଗରାଜ ହସ୍ପିଟାଲ ପରିସରରେ ଏମାନେ ପୋଲିସ କଷ୍ଟଡିରେ ଉଭୟ ମାଫିଆ ଭାଇଙ୍କୁ ଗୁଳି କରି ହତ୍ୟା କରିଥିଲେ । ପରେ ନାଟକୀୟ ଢଙ୍ଗରେ ତୁରନ୍ତ ଆତ୍ମସମର୍ପଣ ମଧ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details