ଓଡିଶା

odisha

ETV Bharat / bharat

'ମାନବାଧିକାରକୁ ରାଜନୈତିକ ଚଷମାରେ ଦେଖିବା ଦେଶ ପାଇଁ କ୍ଷତି' - NHRC

ମାନବାଧିକାର ନାଁରେ କିଛି ଲୋକ ଦେଶର ଛବି ନଷ୍ଟ କରିବାକୁ ପ୍ରୟାସ କରୁଛନ୍ତି । ଆମକୁ ଏହି ଦିଗରେ ସଚେତନ ରହିବାକୁ ପଡିବ । ଜାତୀୟ ମାନବାଧିକାର ଆୟୋଗର ୨୮ତମ ପ୍ରତିଷ୍ଠା ଦିବସରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

'ମାନବାଧିକାରକୁ ରାଜନୈତିକ ଚଷମାରୁ ଦେଖିବା ଦେଶକୁ କ୍ଷତି'
'ମାନବାଧିକାରକୁ ରାଜନୈତିକ ଚଷମାରୁ ଦେଖିବା ଦେଶକୁ କ୍ଷତି'

By

Published : Oct 12, 2021, 5:51 PM IST

ନୂଆଦିଲ୍ଲୀ: ସ୍ବାଧୀନତା ପାଇଁ ଆମର ଆନ୍ଦୋଳନ ଓ ଇତିହାସ ମାନବାଧିକାର ପ୍ରେରଣା ତଥା ମାନବାଧିକାର ମୂଲ୍ୟବୋଧ ପାଇଁ ବହୁତ ବଡ ସ୍ରୋତ । ମାନବାଧିକାର ନାଁରେ କିଛି ଲୋକ ଦେଶର ଛବି ନଷ୍ଟ କରିବାକୁ ପ୍ରୟାସ କରୁଛନ୍ତି । ଆମକୁ ଏହି ଦିଗରେ ସଚେତନ ରହିବାକୁ ପଡିବ ବୋଲି ଜାତୀୟ ମାନବାଧିକାର ଆୟୋଗର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଯେତେବେଳେ ଗରିବ ଲୋକଙ୍କୁ ଶୌଚାଳୟ, ରନ୍ଧନ ଗ୍ୟାସ ଭଳି ମୌଳିକ ଆବଶ୍ୟକତା ଯୋଗାଇ ଦିଆଯାଉଥିଲା, ଏହା ମଧ୍ୟ ସେମାନଙ୍କ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିଥିଲା। ମନୁଷ୍ୟ ଅଧିକାରର ସୁରକ୍ଷା ଉଦ୍ଦେଶ୍ୟରେ ମାନବାଧିକାର ଆଇନ, 1993 ଅଧୀନରେ ଜାତୀୟ ମାନବାଧିକାର ଆୟୋଗ ଗଠନ କରାଯାଇଥିଲା । NHRC ମାନବାଧିକାରର ଉଲ୍ଲଂଘନ ବିଷୟକୁ ତଦାରଖ କରିଥାଏ, ଅନୁସନ୍ଧାନ କରେ ଏବଂ ପୀଡିତମାନଙ୍କୁ କ୍ଷତିପୂରଣ ଦେବାକୁ ସରକାରୀ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥାଏ ।

ପ୍ରଧାନମନ୍ତ୍ରୀ କହିଛନ୍ତି,'ମାନବାଧିକାରକୁ ରାଜନୈତିକ ଲାଭ ଏବଂ କ୍ଷତି ଦୃଷ୍ଟିରୁ ଦେଖିବା ଏହି ଅଧିକାର ତଥା ଗଣତନ୍ତ୍ରକୁ କ୍ଷତି ପହଁଞ୍ଚାଇଥାଏ । ମାନବାଧିକାର ନାଁରେ କିଛି ଲୋକ ଦେଶର ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରନ୍ତି, ଆମେ ଏଥିପ୍ରତି ସଚେତନ ହେବା ଆବଶ୍ୟକ ବୋଲି କହିଛନ୍ତି ମୋଦି ।

ଜାତୀୟ ମାନବାଧିକାର ଆୟୋଗର ପ୍ରତିଷ୍ଠା ଦିବସରେ ଦେଇଥିବା ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ମହିଳା-ସମର୍ଥକ ପଦକ୍ଷେପ ବିଷୟରେ ମଧ୍ୟ କହିଛନ୍ତି । 'ଟ୍ରିପଲ ତାଲାକ' ବିରୁଦ୍ଧରେ ଆଇନ, 26 ସପ୍ତାହ ମାତୃତ୍ବ ଛୁଟି ଆଦି ବିଷୟ ଉପରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ ।

ABOUT THE AUTHOR

...view details