ଜୟପୁର:ଭୋଟର କହିଲେ ଗୋଟିଏ ପରିବାର । ଯାହାଙ୍କ ପାଇଁ ତିଆରି ହୋଇଛି ପୁଲିଂ ବୁଥ । ଚଳିତ ବର୍ଷ ଦେଶର 5 ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଛି । ନଭେମ୍ବର 7 ତାରିଖରେ ମିଜୋରାମ ଓ ଛତିଶଗଡରେ ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆସନ୍ତା 25 ତାରିଖରେ ରାଜସ୍ଥାନ ବିଧାନସଭା ନିର୍ବାଚନ ନେଇ ମତଦାନ ଅନୁଷ୍ଠିତ ହେବ । ଏହାରି ଭିତରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ନିର୍ବାଚନ ଆୟୋଗ ରାଜସ୍ଥାନର ବାରମେର ଜିଲ୍ଲା ଭାରତ-ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳର ଏକ ଦୁର୍ଗମ ସ୍ଥାନରେ ଏକ ପୁଲିଂ ବୁଥ ସ୍ଥାପନ କରିଛନ୍ତି । ଯେଉଁ ବୁଥରେ ମତଦାତାଙ୍କ ସଂଖ୍ୟା 35 ରହିଛି । ସବୁଠୁ ରୋଚକ କଥା ହେଉଛି ଏହି ସମସ୍ତ ଭୋଟର ଗୋଟିଏ ପରିବାରର ।
ରାଜସ୍ଥାନର ବାରମେର ଜିଲ୍ଲାରେ ଗୋଟିଏ ପରିବାର ପାଇଁ ପୁଲିଂ ବୁଥ ସ୍ଥାପନ ହୋଇଛି । ଗାଁଟି ବାଡେର କା ପାର ନାମରେ ଜଣାଶୁଣା । ନିର୍ବାଚନୀ ସମୟରେ ଗାଁର ଲୋକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଭୋଟ ଦେବାକୁ ହେଲେ 20କିମି ଦୂର ଯିବାକୁ ପଡିଥାଏ । ପାଦରେ ଚାଲି ଚାଲି ନଚେତ ଓଟ ସାହାଯ୍ୟରେ ଯିବାକୁ ପଡିଥାଏ । ବିଶେଷ କରି ମହିଳା ଓ ବୟସ୍କ ବ୍ୟକ୍ତି ଭୋଟ ସମୟରେ ଏତେ ଦୂର ଯାତ୍ରା କରିବାକୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହି କାରଣରୁ ପରିବାରର କେବଳ ପୁରୁଷ ସଦସ୍ୟ ମତଦାନ ସାବ୍ୟସ୍ତ କରିଥାନ୍ତି । ମହିଳାମାନେ ମତଦାନରୁ ବଞ୍ଚିତ ହୁଅନ୍ତୁ । ମାତ୍ର ଚଳିତ ବର୍ଷ ଏମାନଙ୍କ ଭାଗ୍ୟ ବଦଳିଛି ।