ଓଡିଶା

odisha

By ETV Bharat Odisha Team

Published : Dec 3, 2023, 12:53 PM IST

ETV Bharat / bharat

ହିଷ୍ଟ୍ରି କ୍ରିଏଟ... ସଂଧ୍ୟାରେ ପାର୍ଟି ମୁଖ୍ୟାଳୟ ଯିବେ ପ୍ରଧାନମନ୍ତ୍ରୀ ମୋଦି

PM Narendra Modi To Reach BJP Headquarters: ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡରେ ବିଜେପି ପ୍ରଚଣ୍ଡ ବିଜୟ ଅଭିମୁଖେ ଅଗ୍ରସର ହେଉଛି । ତିନି ରାଜ୍ୟ ପରେ ଦଳୀୟ ମୁଖ୍ୟାଳୟରେ ଉତ୍ସବ ମନାଇବ ବିଜେପି । ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ଏହାସହ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ମହାମନ୍ତ୍ରୀ ସଂଗଠନ ବିଏଲ ସନ୍ତୋଷଙ୍କ ସମେତ ସମସ୍ତ କେନ୍ଦ୍ରୀୟ ମନ୍ତ୍ରୀ, ସାଂସଦ ଓ ବରିଷ୍ଠ ନେତା । ଅଧିକ ପଢନ୍ତୁ

ହିଷ୍ଟ୍ରି କ୍ରିଏଟ... ସଂଧ୍ୟାରେ ପାର୍ଟି ମୁଖ୍ୟାଳୟ ଯିବେ ପ୍ରଧାନମନ୍ତ୍ରୀ ମୋଦି
ହିଷ୍ଟ୍ରି କ୍ରିଏଟ... ସଂଧ୍ୟାରେ ପାର୍ଟି ମୁଖ୍ୟାଳୟ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ହିନ୍ଦୀ ହାର୍ଟ ଲ୍ୟାଣ୍ଡରେ ଗୈରିକ ଦଳକୁ ଐତିହାସିକ ସଫଳତା ! ତିନି ରାଜ୍ୟରେ ପ୍ରଚଣ୍ଡ ବିଜୟ ଅଭିମୁଖେ ଅଗ୍ରସର ହେଉଛି ଭାରତୀୟ ଜନତା ପାର୍ଟି ବିଜେପି । କଂଗ୍ରେସ ହାତରୁ ମରୁଭୂମି ରାଜସ୍ଥାନ ସହ ଆଦିବାସୀ ବହୁଳ ଛତିଶଗଡକୁ ଛଡାଇ ଆଣିବାକୁ ଯାଉଛି । କାମ କରିଛି ମୋଦି ମ୍ୟାଜିକ । ଗେହେଲଟଙ୍କ ଚରିଞ୍ଜୀବି ଯୋଜନା ଦେଇପାରିଲା ନାହିଁ ସଞ୍ଜିବନୀ । କାମ ଦେଲା ନାହିଁ ବାଘେଲଙ୍କ ରଣନୀତି । ହିନ୍ଦୀ ଭାଷାଭାଷି ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡରେ ଉଡିବାକୁ ଯାଉଛି ଗୈରିକି ବାନା । ତିନି ରାଜ୍ୟରେ ଆସିଛି ମୋଦି ସୁନାମୀ । ଏହି ମହାବିଜୟକୁ ଆହୁରି ସ୍ମରଣୀ କରିବାକୁ ସଂଧ୍ୟାରେ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ହେବ ଗ୍ରାଣ୍ଡ ସେଲିବ୍ରେସନ । ଯେଉଁଥିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଧିକ ପଢନ୍ତୁ- ୪ ରାଜ୍ୟର ବିଧାନସଭା ନିର୍ବାଚନୀ ଫଳାଫଳ ପାଇଁ ଲିଙ୍କ୍ କ୍ଲିକ୍ କରନ୍ତୁ

ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡରେ ବିଜେପି ପ୍ରଚଣ୍ଡ ବିଜୟ ଅଭିମୁଖେ ଅଗ୍ରସର ହେଉଛି । ତିନି ରାଜ୍ୟ ପରେ ଦଳୀୟ ମୁଖ୍ୟାଳୟରେ ଉତ୍ସବ ମନାଇବ ବିଜେପି । ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ଏହାସହ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ମହାମନ୍ତ୍ରୀ ସଂଗଠନ ବିଏଲ ସନ୍ତୋଷଙ୍କ ସମେତ ସମସ୍ତ କେନ୍ଦ୍ରୀୟ ମନ୍ତ୍ରୀ, ସାଂସଦ ଓ ବରିଷ୍ଠ ନେତା ।

ଅଧିକ ପଢନ୍ତୁ- ମୋଦିଜୀ ଏମପି ମନରେ ଆଉ ଏମପି ମୋଦିଜୀଙ୍କ ମନରେ ଅଛି: ଶିବରାଜ ସିଂହ

ଆଜି ସଂଧ୍ୟା ୬.୩୦ ରେ ପ୍ରଧାନମନ୍ତ୍ରୀ ମୋଦି ଦଳୀୟ କାର୍ଯ୍ୟାଳୟ ଯାଇ ଦଳୀୟ ନେତା, କର୍ମୀ ବିଜୟୀ ପ୍ରାର୍ଥୀ ଓ ଭୋଟରଙ୍କୁ ସମ୍ବୋଧନ କରିବେ । ଏହାସହ ଭୋଟରଙ୍କୁ ଧନ୍ୟବାଦ ଦେବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଘୋଷଣା କରିପାରନ୍ତି ।

ଅଧିକ ପଢନ୍ତୁ- ବାଜିରେ ଲାଗିଛି ବଡ ନେତାଙ୍କ ଭବିଷ୍ୟତ, କାମ ଦେଇ ପାରେ ବିଜେପି ଷ୍ଟ୍ରାଟେଜୀ

ବିଜୟ ଉତ୍ସବ ପାଇଁ ବିଜେପି ମୁଖ୍ୟାଳୟରେ ଆରମ୍ଭ ହୋଇଛି ପ୍ରସ୍ତୁତି । ମଞ୍ଚ ପ୍ରସ୍ତୁତ ହେବା ସହ ସାଜ୍ଜସଜ୍ଜା ଓ ମିଠାର ପସରା ବସିଲାଣି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଧିରକାରୀ ବିଜେପି କାର୍ଯ୍ୟାଳୟର ସୁରକ୍ଷା ନିଜ ହେପାଜକୁ ନେଇ ସାରିଛନ୍ତି । ଏପଟେ ବିଜୟ ଉତ୍ସବରେ ସାମିଲ ହେବାକୁ ବିଭିନ୍ନ ରାଜ୍ୟରୁ ନେତା, କର୍ମୀ ଦଳୀୟ ମୁଖ୍ୟାଳୟ ଅଭିମୁଖେ ଆସିବାରେ ଲାଗିଛନ୍ତି ।

ଅନ୍ୟପଟେ ଚାରି ରାଜ୍ୟର ଭୋଟ ଗଣତି ଜାରି ରହିଛି । ମଧ୍ୟାହ୍ନ ୧୨ ଟା ସୁଦ୍ଧା ଆସିଥିବା ଫଳାଫଳ ଅନୁସାରେ ରାଜସ୍ଥାନରେ ବିଜେପି ୧୧୯ ଆସନରେ ଆଗୁଆ ଥିବାବେଳେ, କଂଗ୍ରେସ ୬୬ ଟି ଆସନରେ ଆଗୁ ଅଛି । ସେହିପରି ଛତିଶଗଡରେ ବିଜେପି ୫୦ ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୩୮ ଟି ଆସନରେ ଆଗୁଆ ଅଛି । ଏହା ବ୍ୟତୀତ ମଧ୍ୟ ପ୍ରଦେଶରେ ବିଜେପି ୧୫୯ ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୬୮ ଆସନରେ ଆଗୁଆ ଅଛି । ଏବାବାଦ ତେଲଙ୍ଗାନାରେ କଂଗ୍ରେସ ୬୪ ଟି ଆସନରେ ଆଗୁଆ ଥିବାବେଳେ ବିଆରଏସ ୪୧ ଟି ଆସନରେ ଆଗୁଆ ଅଛି ।

ABOUT THE AUTHOR

...view details