ଓଡିଶା

odisha

ETV Bharat / bharat

ଭାରତର ଫରେଷ୍ଟ ମ୍ୟାନଙ୍କୁ ମେକ୍ସିକୋରୁ ଆସିଛି ନିମନ୍ତ୍ରଣ

ଭାରତର ଫରେଷ୍ଟ ମ୍ୟାନ ଯାଦବ ପେଏଙ୍ଗ ଚଳିତ ବର୍ଷ ସେପ୍ଟେମ୍ବରରେ ମେକ୍ସିକୋ ଗସ୍ତ କରିବେ । ଉତ୍ତର ଆମେରିକା ଦେଶର ସବୁଜ ଆବରଣ ଓ ବୃକ୍ଷ ରୋପଣ ପାଇଁ ମେକ୍ସିକୋ ସରକାର ଯାଦବ ପେଏଙ୍ଗଙ୍କୁ ନିମନ୍ତ୍ରଣ କରିଛନ୍ତି । ଅଧିକ ପଢନ୍ତୁ...

ଭାରତର ଫରେଷ୍ଟ ମ୍ୟାନଙ୍କୁ ମେକ୍ସିକୋରୁ ଆସିଛି ନିମନ୍ତ୍ରଣ
ଭାରତର ଫରେଷ୍ଟ ମ୍ୟାନଙ୍କୁ ମେକ୍ସିକୋରୁ ଆସିଛି ନିମନ୍ତ୍ରଣ

By

Published : Jun 9, 2021, 3:20 PM IST

ଗୌହାଟି: ଜଙ୍ଗଲ ସୃଷ୍ଟି ପାଇଁ ପରେଷ୍ଟ ମ୍ୟାନଙ୍କୁ ମେକ୍ସିକୋରୁ ଆସିଛି ନିମନ୍ତ୍ରଣ । ଭାରତର ଫରେଷ୍ଟ ମ୍ୟାନ ଯାଦବ ପେଏଙ୍ଗ ଚଳିତ ବର୍ଷ ସେପ୍ଟେମ୍ବରରେ ମେକ୍ସିକୋ ଗସ୍ତ କରିବେ । ଉତ୍ତର ଆମେରିକା ଦେଶର ସବୁଜ ଆବରଣ ଓ ବୃକ୍ଷ ରୋପଣ ପାଇଁ ମେକ୍ସିକୋ ସରକାର ଯାଦବ ପେଏଙ୍ଗଙ୍କୁ ନିମନ୍ତ୍ରଣ କରିଛନ୍ତି ।

କାଜିରଙ୍ଗା ନିକଟରେ ଜଙ୍ଗଲ ସୃଷ୍ଟି ପାଇଁ ବେଶ ଜଣାଶୁଣା ପେଏଙ୍ଗ । ମେକ୍ସିକୋରେ 8 ଲକ୍ଷ ହେକ୍ଟର ଜମିରେ ବୃକ୍ଷ ରୋପଣ କରିବେ ପେଏଙ୍ଗ । ଏହା ସହିତ ଉତ୍ତର ଆମେରିକୀୟ ଦେଶର ହଜାର ହଜାର ଛାତ୍ରଛାତ୍ରୀ ମଧ୍ୟ ବୃକ୍ଷ ରୋପଣରେ ପେଏଙ୍ଗ ସହିତ ଯୋଗଦେବେ । ଉତ୍ତର ଆମେରିକୀୟ ଦେଶର ଏକ ଏନଜିଓ ମୋ ସହିତ ଦଶ ବର୍ଷ ମଧ୍ୟରେ 8 ଲକ୍ଷ ହେକ୍ଟର ଜମିରେ ବୃକ୍ଷ ରୋପଣ ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି । ଚୁକ୍ତିନାମା ଅନୁସାରେ ତିନିମାସ ମୋତେ ମେକ୍ସିକୋରେ ରହିବାକୁ ପଡିବ ବୋଲି କହିଛନ୍ତି ପେଏଙ୍ଗ । ତାଙ୍କୁ 10ବର୍ଷ ପାଇଁ ଭିସା ଦିଆଯାଇଛି ।

ମଜୁଲି ନିକଟସ୍ଥ ମୋଲାଇ କୋଠାନି ନିବାସୀ ପେଏଙ୍ଗ ଦଶନ୍ଧି ଧରି ବ୍ରହ୍ମପୁତ୍ରର ଏକ ଦ୍ବୀପରେ ଏକାକୀ ବୃକ୍ଷ ରୋପଣ କରିଆସୁଛନ୍ତି । ଯାହା ହାତୀ, ବାଘ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲରେ ପରିଣତ ହୋଇଛି । ସବୁଜ ଆବରଣରେ ତାଙ୍କର ଅବଦାନ ଓ ପ୍ରକୃତି ଓ ବନ୍ୟଜନ୍ତୁଙ୍କ ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋଭାବ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଆଖ୍ୟା ପ୍ରଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details