ଓଡିଶା

odisha

ETV Bharat / bharat

ତୃତୀୟ ପର୍ଯ୍ୟାୟ ମତଦାନ: ଆସାମ ମୈଦାନ ଉପରେ ପକାନ୍ତୁ ନଜର... - ତୃତୀୟ ପର୍ଯ୍ୟାୟ ମତଦାନ

ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ଆସାମ । ରାତି ପାହିଲେ ଅର୍ଥାତ 6 ଏପ୍ରିଲରେ ହେବ ମତଦାନ । ଅଧିକ ପଢନ୍ତୁ...

ତୃତୀୟ ପର୍ଯ୍ୟାୟ ମତଦାନ: ଆସାମ ମୈଦାନ ଉପରେ ପକାନ୍ତୁ ନଜର...
ତୃତୀୟ ପର୍ଯ୍ୟାୟ ମତଦାନ: ଆସାମ ମୈଦାନ ଉପରେ ପକାନ୍ତୁ ନଜର...

By

Published : Apr 6, 2021, 6:14 AM IST

ଗୌହାଟୀ: ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ଆସାମ । 39,07,963 ମହିଳା ଏବଂ 139 ଟ୍ରାନ୍ସଜେଣ୍ଡରଙ୍କ ସମେତ ମୋଟ 79,19,641 ଭୋଟର ରାଜ୍ୟର 11ଟି ଜିଲ୍ଲାର 40 ଟି ନିର୍ବାଚନମଣ୍ଡଳୀରେ ଥିବା 11,401 ମତଦାନ କେନ୍ଦ୍ରରେ ମତଦାନ କରିବେ । ମଙ୍ଗଳବାର 31 ଟି ଜାତୀୟ ତଥା ଆଞ୍ଚଳିକ ଦଳର 337 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।

ତୃତୀୟ ପର୍ଯ୍ୟାୟ ମତଦାନ: ଆସାମ ମୈଦାନ ଉପରେ ପକାନ୍ତୁ ନଜର...

337 ପ୍ରାର୍ଥୀଙ୍କ ମଧ୍ୟରୁ 25 ଜଣ ମହିଳା ଥିବାବେଳେ 312 ପୁରୁଷ ପ୍ରାର୍ଥୀ ଚଳିତ ବର୍ଷର ବିଧାନସଭା ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବେ ।

40 ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଗୌହାଟୀ ପଶ୍ଚିମ ନିର୍ବାଚନମଣ୍ଡଳୀରେ ସର୍ବାଧିକ ସଂଖ୍ୟକ ପ୍ରାର୍ଥୀ (15) ଥିବାବେଳେ ବୋକୋରେ ସର୍ବନିମ୍ନ ସଂଖ୍ୟକ ପ୍ରାର୍ଥୀ ଅଛନ୍ତି (3)।

ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ 60 (18%) ପ୍ରାର୍ଥୀ ଅପରାଧିକ ମାମଲା ଘୋଷଣା କରିଥିବାବେଳେ 45 (13%) ନିଜ ବିରୋଧରେ ଗୁରୁତର ଅପରାଧିକ ମାମଲା ଘୋଷଣା କରିଛନ୍ତି।

ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ କଂଗ୍ରେସର 24 ପ୍ରାର୍ଥୀଙ୍କ ମଧ୍ୟରୁ 14 (58%) ଜଣ ଅପରାଧିକ ମାମଲା ଘୋଷଣା କରିଛନ୍ତି । ସେପଟେ 24 ଜଣଙ୍କ ମଧ୍ୟରୁ 13 (54%) ନିଜ ବିରୋଧରେ ଗୁରୁତର ଅପରାଧିକ ମାମଲା ଘୋଷଣା କରିଛନ୍ତି।

ମାର୍ଚ୍ଚ 27, ଏପ୍ରିଲ 1 ଏବଂ ଏପ୍ରିଲ 6ରେ ଆସାମରେ ବିଧାନସଭା ନିର୍ବାଚନ ତିନିଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଛି । ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ 337 ପ୍ରାର୍ଥୀ 40 ଟି ନିର୍ବାଚନମଣ୍ଡଳୀରେ ଭାଗ୍ୟ ପରୀକ୍ଷା କରିବେ।

କୋଭିଡ ମହାମାରୀ ହେତୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିର୍ବାଚନ ଆୟୋଗ ସମସ୍ତ ପଦକ୍ଷେପ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ।

ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଭୋଟରଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ 1000କୁ ହ୍ରାସ କରାଯାଇଛି। ଫଳସ୍ୱରୂପ, 2016ରେ ଥିବା 24,890 ମତଦାନ କେନ୍ଦ୍ରକୁ ଏଥର 34.71 ପ୍ରତିଶତ ସହିତ 33,530କୁ ବୃଦ୍ଧି କରାଯାଇଛି ।

ଆସାମରେ ହୋଇଥିବା ଅନ୍ୟ ଏକ ନିର୍ବାଚନରେ ଦିବ୍ୟାଙ୍ଗ, କୋଭିଡ -19 ସଂକ୍ରମିତ ବ୍ୟକ୍ତି ଏବଂ 80 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ପୋଷ୍ଟର ବାଲାଟର ବ୍ୟବସ୍ଥା ରହିଛି । 126 ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କରାଯାଇଥିବା ଆସାମ ବିଧାନସଭା ନିର୍ବାଚନର ଫଳାଫଳ ଆସନ୍ତା 2ରେ ଘୋଷଣା କରାଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details