ଓଡିଶା

odisha

ETV Bharat / bharat

ଆସାମରେ ତାଲିବାନ ସପକ୍ଷବାଦୀ ପୋଷ୍ଟ, 14 ଗିରଫ - ଭାରତରେ ତାଲିବାନ ସପକ୍ଷବାଦୀ ସ୍ବର

ତାଲିବାନ ସପକ୍ଷରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ଓ ମନ୍ତବ୍ୟ ଦେବା ଅଭିଯୋଗରେ 14 ଜଣଙ୍କୁ ଗିରଫ କଲା ଆସାମ ପୋଲିସ । ଏପରି ପ୍ରସଙ୍ଗରେ ଜନସାଧାରଣଙ୍କୁ ସତର୍କ ରହିବା ପାଇଁ ମଧ୍ୟ ପୋଲିସର ନିବେଦନ। ଅଧିକ ପଢନ୍ତୁ...

ଆସାମରେ ତାଲିବାନ ସପକ୍ଷବାଦୀ ପୋଷ୍ଟ, 14 ଗିରଫ
ଆସାମରେ ତାଲିବାନ ସପକ୍ଷବାଦୀ ପୋଷ୍ଟ, 14 ଗିରଫ

By

Published : Aug 21, 2021, 9:00 PM IST

ଗୌହାଟି:ତାଲିବାନ ସପକ୍ଷରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ଓ ମନ୍ତବ୍ୟ ଦେବା ଅଭିଯୋଗରେ 14 ଜଣଙ୍କୁ ଗିରଫ କରିଛି ଆସାମ ପୋଲିସ । ଗିରଫ 14 ଜଣ ଇସଲାମ ସମ୍ପ୍ରଦାୟର ବୋଲି ଜଣାପଡିଛି । ଏନେଇ ଆସାମ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ମୌଲାନା ଫଜୁଲ କରିମ, ଅବୁ ବକ୍କର ସିଡିକ, ସୟଦୁଲ ହକ, ଜାଭେଦ ମଜୁମଡର, ମୋଜିଦୁଲ ଇସଲାମ, ଫାରୁକ ହୁସେନ୍ ଖାନ୍, ସୟିଦ ଅହମ୍ମଦ, ଅରମାନ ହୁସେନ୍, ନାଡିମ ଅଖତର, ଖଣ୍ଡକର ନୁର ଆଲୋମ, ମୌଲାନା ୟାସିନ ଖାନ, ମୌଲାନା ବସିରୁଦ୍ଦିନ ଲାସ୍କର ମୋର୍ଟୁଜା ହୁସେନ୍ ଖାନ ବୋଲି ପୋଲିସ କହିଛି । ଏମାନଙ୍କ ବୟସ 23ରୁ 65 ବର୍ଷ ମଧ୍ୟରେ ରହିଥିବାବେଳେ ଏମାନେ ଆସାମର ବିଭିନ୍ନ ଜିଲ୍ଲା ତଥା, ଡାରଙ୍ଗମ, କାମ୍ରୁପ, କାଚର, ବର୍ପେଟା, ଧୁବ୍ରି, ହାଇଲାକାଣ୍ଡି, ଦକ୍ଷିଣ ସଲମାରା, ଗୋଲପାରା, ହୋଜାଇ, ଏବଂ କରିମଗଞ୍ଜ ଭଳି ବୋଲି ମଧ୍ୟ ପୋଲିସ ଅନୁସନ୍ଧାନରୁ ଜଣାପଡିଛି ।

ଆସାମ ପୋଲିସ ମହାନିର୍ଦ୍ଦେଶକ ଜିପି ସିଂ କହିଛନ୍ତି, ତାଲିବାନ କାର୍ଯ୍ୟକଳାପ ସମ୍ପର୍କିତ ସୋସିଆଲ ମିଡିଆ ପୋଷ୍ଟ ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିଛି । ଜନସାଧାରଣ ଏସମ୍ପର୍କତ ପୋଷ୍ଟରେ ମନ୍ତବ୍ୟ, ଲାଇକ କି ପ୍ରତିଉତ୍ତର ଦେବା ଭଳି କାର୍ଯ୍ୟକଳାପରୁ ସମ୍ପୂର୍ଣ୍ଣ ନିବୃତ ରହିବା ସହ ଏହାକୁ ବିରୋଧ କରନ୍ତୁ । ଏପରି କାର୍ଯ୍ୟକଳାପ ପାଇଁ ଉଦ୍ୟମ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଗିରଫ ଅଭିଯୁକ୍ତ ନାମରେ ଦେଶର ଜାତୀୟ ସୁରକ୍ଷାକୁ ବିପନ୍ନ କରିବା, ଆତଙ୍କବାଦକୁ ପ୍ରତ୍ସାହିତ କରିବା ପରି ସଙ୍ଗୀନ ଦଫା ଲଗାଇବା ନେଇ ମଧ୍ୟ ପୋଲିସ ଚେତାବନୀ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details