ଗୌହାଟୀ: ଆସାମରେ ଧିରେ ଧିରେ ସୁଧୁରୁଛି ବନ୍ୟା ପରିସ୍ଥିତି । ବର୍ଷା କମି ଯାଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ କେହି ମୃତହାତ ହୋଇନାହାନ୍ତି । ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଥିବା ବେଳେ ଏବେବି ୬ଲକ୍ଷ ବନ୍ୟା ପ୍ରଭାବିତ ରହିଛନ୍ତି । ସେହିପରି ବନ୍ୟା ଓ ଭୂସ୍ଖଳନ ମୋଟ ମୃତ୍ୟୁ ସଂଖ୍ୟା ୧୯୦ରେ ପହଞ୍ଚିଛି ।
Assam Flood: ସୁଧୁରୁଛି ସ୍ଥିତି, ଏବେବି ପାଣି ଘେରରେ ୬ ଲକ୍ଷ ଲୋକେ
ଆସାମରେ ବର୍ଷା କମିବା ପରେ ବନ୍ୟାସ୍ଥତିରେ ସୁଧାର ଆସିଛି । ଏବେବି ୬ଲକ୍ଷ ଲୋକେ ବନ୍ୟା ପ୍ରଭାବିତ ରହିଛନ୍ତି । ଅଧିକ ପଢନ୍ତୁ
ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଶନିବାର ଦେଇଥିବା ସୂଚନା ଅନୁଯାୟୀ, ରାଜ୍ୟର 11 ଟି ଜିଲ୍ଲାର 506 ଟି ଗାଁରେ ମୋଟ 6,27,874 ଜଣ ଲୋକ ଏବେ ବନ୍ୟା ଘେରରେ ରହିଛନ୍ତି । ବଜାଲୀ, କାଚର, ଚିରଙ୍ଗ, ଡିବ୍ରୁଗଡ, ଡିମା ହାସାଓ, ଗୋଲାଘାଟ, ହାଇଲାକାଣ୍ଡି, ହୋଜାଇ, କାମରୁପ, କରିମଗଞ୍ଜ, ମୋରିଗାଓଁ, ନାଗାଓଁ, ସିଭାସାଗର ଏବଂ ତାମୁଲପୁର ଜିଲ୍ଲାରେ ବନ୍ୟା ଜଳ ପ୍ରବାହିତ ହେଉଛି ।
କାଚର ଜିଲ୍ଲାରେ 4,28,827 ବନ୍ୟା ପ୍ରଭାବିତ ରହିଥିବା ବେଳେ ମୋରିଗାଓଁ 1,43,422 ଏବଂ ନାଗାଓନରେ 34,723 ରହିଛନ୍ତି । ସେହିପରି ୬ଟି ଜିଲ୍ଲାରେ ବନ୍ୟା ଯୋଗୁଁ 8,912 ହେକ୍ଟରରୁ ଅଧିକ ଫସଲ ନଷ୍ଟ ହୋଇଛି । 1,07,559 ପଶୁଙ୍କ ଜୀବନ ଯାଇଥିବା ASDMA ରିପୋର୍ଟରେ ଦର୍ଶାଯାଇଛି ।