ଓଡିଶା

odisha

ETV Bharat / bharat

ଦେଶରେ 5ଟି ରାଜଧାନୀ ପ୍ରସ୍ତାବ ଦେଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି - Assam CM proposes five capitals of India

କେଜ୍ରିଓ୍ବାଲ ଓ ହିମନ୍ତ ବିଶ୍ବଶର୍ମାଙ୍କ ମଧ୍ୟରେ ଜାରି ରହିଛି ଟ୍ବିଟ ଓ୍ବାର । ଉଭୟ ପରସ୍ପର କରୁଛନ୍ତି ଟାର୍ଗେଟ । ଦେଶରେ 5ଟି ରାଜଧାନୀ ପ୍ରତିଷ୍ଠା କରାଯାଉ କହି କେଜ୍ରିଓ୍ବାଲଙ୍କୁ ସମାଲୋଚନା କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବଶ୍ବଶର୍ମା । ଅଧିକ ପଢନ୍ତୁ

କେଜ୍ରିଓ୍ବାଲଙ୍କୁ ହିମନ୍ତଙ୍କ ସମାଲୋଚନା, କହିଲେ ଦେଶରେ ହୋଇପାରିବ କି 5ଟି ରାଜଧାନୀ
କେଜ୍ରିଓ୍ବାଲଙ୍କୁ ହିମନ୍ତଙ୍କ ସମାଲୋଚନା, କହିଲେ ଦେଶରେ ହୋଇପାରିବ କି 5ଟି ରାଜଧାନୀ

By

Published : Aug 29, 2022, 10:15 PM IST

ଗୌହାଟୀ:ଦେଶର ବିଭିନ୍ନ ଅଞ୍ଚଳ ମଧ୍ୟରେ ଆଞ୍ଚଳିକ ତଥା ଆର୍ଥିକ ଅସମାନତା ଦୂର କରିବା ପାଇଁ ଦେଶରେ 5 ଟି ରାଜଧାନୀ ପ୍ରତିଷ୍ଠା କରିବା ସମ୍ଭବ କି ? ଏପରି କିଛି ପ୍ରସ୍ତାବ ରଖିଛନ୍ତି ବରିଷ୍ଠ ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଟ୍ବିଟରରେ କ୍ରମାଗତ ଟାର୍ଗେଟ କରି ଆସୁଥିବା ବିଶ୍ବଶର୍ମା ଟ୍ବିଟ କରି ଆଜି କେଜ୍ରିଓ୍ବାଲଙ୍କୁ ପରୋକ୍ଷ ସମାଲୋଚନା କରି ଏପରି ପ୍ରସ୍ତାବମୂଳକ ଟ୍ବିଟ କରିଥିବା ଦେଖିବାକୁ ମିଳିଛି । ଦେଶରେ ଆର୍ଥିକ ଅସମାନତା ଦୂର କରିବା ପାଇଁ ଦେଶର ବିଭିନ୍ନ ଜୋନରେ ରାଜଧାନୀ ପ୍ରତିଷ୍ଠା କରିବାର ଆବଶ୍ୟକତା ଥିବା ହିମନ୍ତ କହିଛନ୍ତି ।

ହିମନ୍ତ ବିଶ୍ବଶର୍ମାଙ୍କ ଏପରି ଟ୍ବିଟ କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କରି କୁହାଯାଇଥିବା କୁହାଯାଉଛି । ହିମନ୍ତ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଅନ୍ୟ ରାଜ୍ୟମାନଙ୍କୁ ପରିହାସ କରୁଛନ୍ତି । ଆର୍ଥିକ ଭାବେ ପଛୁଆ ରାଜ୍ୟମାନଙ୍କୁ କେଜ୍ରିଓ୍ବାଲଙ୍କ ଏପରି ଭାବେ ଉପହାସ କରିବାକୁ ନେଇ ସେ ପରୋକ୍ଷରେ ସମାଲୋଚନା କରିବା ସହ ଦେଶର ବିଭିନ୍ନ ସ୍ଥାନରେ 5 ଟି ରାଜଧାନୀ ପ୍ରତିଷ୍ଠା କରିବା ସମ୍ଭବ କି ବୋଲି ପ୍ରଶ୍ନ କରିଥିଲେ । ବିଶ୍ବଶର୍ମା ଏନେଇ ସିରିଜ ମଧ୍ୟ ଟ୍ବିଟ କରିଛନ୍ତି ।

ଗତ କିଛି ଦିନ ଧରି ଉବୟଙ୍କ ମଧ୍ୟରେ ଟ୍ବିଟରରେ ଆରୋପ ପ୍ରତ୍ୟାରୋପ ଲାଗି ରହିଥିବା ଦେଖିବାକୁ ମିଳିଛି । କ୍ରମାଗତ ଏପରି ଟ୍ବିଟ ମଧ୍ୟ ଉଭୟ ଜାରି ରଖିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢ଼ାଉ କରିବା ପରେ କେବଳ ଏହି ଦୁଇ ନେତାଙ୍କ ମଧ୍ୟରେ ନୁହେଁ ବରଂ ବିରୋଧୀ ବିଜେପି ଓ ଶାସକ ଆମ ଆଦମୀ ପାର୍ଟି(AAP) ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଆପ୍‌ ନେତା ଲଗାତାର BJP ବିରୋଧରେ ଗମ୍ଭୀର ଅଭିଯୋଗ କରି ଆସୁଛନ୍ତି ।

ସେପଟେ ବିଜେପି ମଧ୍ୟ ସଡ଼କରୁ ଆରମ୍ଭ କରି ସଦନ ପର୍ଯ୍ୟନ୍ତ ଆପ୍‌କୁ ବିରୋଧ କରି ଆସୁଛି । ଆଜି (ସୋମବାର) ଗୃହରେ ଆସ୍ଥା ପ୍ରସ୍ତାବ ଆଣିଥାନ୍ତେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତେବେ ଗୃହ ମୁଲତବୀ ହୋଇଯିବାରୁ ଆସନ୍ତାକାଲି ଏହି ପ୍ରସ୍ତାବ ଉପରେ ଆଲଚନା ହୋଇପାରେ । ଏହାପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ମଧ୍ୟରେ ଟ୍ବିଟ୍‌ ୱାର୍‌ (Twitter War Between Kejriwal and Himanta) କ୍ରମଶଃ ତୀବ୍ର ହେବାରେ ଲାଗିଛି ।

ABOUT THE AUTHOR

...view details