ଓଡିଶା

odisha

ETV Bharat / bharat

କୋରୋନା ଲଢେଇରେ ହାରିଗଲେ ଫ୍ଲାଇଂ ଶିଖ୍ ମିଲଖା ସିଂହ

ପରଲୋକରେ କିମ୍ବଦନ୍ତୀ ଧାବକ ମିଲଖା ସିଂହ । ୯୧ ବର୍ଷ ବୟସରେ କରୋନାରେ ଆଖି ବୁଜିଲେ ପ୍ରଖ୍ୟାତ ଧାବକ । ସାରା ଦେଶରେ ଶୋକର ଛାୟା । ଅଧିକ ପଢନ୍ତୁ...

By

Published : Jun 19, 2021, 6:40 AM IST

Updated : Jun 19, 2021, 9:56 AM IST

ଚାଲିଗଲେ ଏସିଆନ ଗୋଲ୍ଡ ମେଡାଲିଷ୍ଟ ମିଲଖା
ଚାଲିଗଲେ ଏସିଆନ ଗୋଲ୍ଡ ମେଡାଲିଷ୍ଟ ମିଲଖା

ଚଣ୍ଡୀଗଡ: ଚାଲିଗଲେ ଏସିଆନ ଗୋଲ୍ଡ ମେଡାଲିଷ୍ଟ ମିଲଖା ସିଂହ । କୋରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ମିଲଖା । ମୃତ୍ୟୁ ବେଳକୁ ତାଙ୍କୁ 91 ବର୍ଷ ବୟସ ହୋଇଥିଲା ।

ତେବେ ଗତ 4 ଦିନ ତଳେ ମିଲଖାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇ ଥିବାବେଳେ ଗତକାଲି(ଶୁକ୍ରବାର) ତାଙ୍କର ପରଲୋକ ଘଟିଛି । ସେ ମଧ୍ୟ କୋଭିଡରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଏନେଇ ତାଙ୍କ ପୁଅ ଜିଭ୍ ମିଲଖା ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୋଷ୍ଟ ଗ୍ରାଜୁଏଟ ମେଡିକାଲ ଏଜୁକେସନ ଏଣ୍ଡ ରିସର୍ଚ୍ଚ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମିଲଖା ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଖେଳ ଜଗତରେ ଶୋକର ଛାୟା ଖେଳିଯାଇଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏପରି ଜଣେ ଉଦିୟମାନ ଖେଳାଳିଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି । କ୍ରୀଡାର ଆଇକନ୍ ମିଲଖା ସିଂଙ୍କ ଦେହାନ୍ତ ମୋ ହୃଦୟକୁ ଗଭୀର ଦୁଃଖ ଦେଇଛି । ତାଙ୍କ ସଙ୍ଘର୍ଷ, ଚରିତ୍ର ଏବଂ ଶକ୍ତିର କାହାଣୀ ଆଗାମୀ ପୀଢି ପାଇଁ ପ୍ରେରଣାର ଉତ୍ସ । ଏପରି ଜଣେ ଲିଜେଣ୍ଡଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମିଲଖାଙ୍କ ସହ ଏକ ଫଟୋ ପୋଷ୍ଟ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିବା ସହ ଏପରି ଜଣେ ଆଦର୍ଶକୁ ଦେଶ ହରାଇଲା ବୋଲି କହିଛନ୍ତି । ତାଙ୍କ କାହାଣୀ କ୍ରୀଡା ପ୍ରେମୀ ଏବଂ ଆଗାମୀ ଜେନେରସନ ପାଇଁ ଉତ୍ସାହ ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Last Updated : Jun 19, 2021, 9:56 AM IST

ABOUT THE AUTHOR

...view details